ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ)ର ଆଚରଣ ବିଧି ଉଲଂଘନ କରି ହାଇଦ୍ରାବାଦ କ୍ରିକେଟ୍ ଦଳର ଅଧିନାୟକ ଅମ୍ବାତି ରାୟୁଡୁ ୨ଟି ମ୍ୟାଚ୍ରୁ ନିଲମ୍ବିତ ହୋଇଛନ୍ତି। ଚଳିତ ମାସ ୧୧ ତାରିଖରେ କର୍ଣ୍ଣାଟକ ବିପକ୍ଷ ସୟଦ୍ ମୁସ୍ତାକ୍ ଅଲ୍ଲୀ ଟ୍ରଫି ମ୍ୟାଚ୍ ବେଳେ ରାୟୁଡୁ ବୋର୍ଡର ଆଚରଣ ବିଧି ଉଲଂଘନ କରିଥିଲେ। ଏହାର ଶୁଣାଣି କରି ବୋର୍ଡ ବୁଧବାର ନିଲମ୍ବନ ଆଦେଶ ଦେଇଛି। ଫଳରେ ରାୟୁଡୁ ଆଗାମୀ ବିଜୟ ହଜାରେ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିପାରିବେନି ବୋଲି ବିସିସିଆଇ ଇସ୍ତାହାରରେ ପ୍ରକାଶ କରିଛି।
କର୍ଣ୍ଣାଟକ ବିପକ୍ଷ ମ୍ୟାଚ୍ ବେଳେ କରୁଣ ନାୟାରଙ୍କ ଏକ ସଟ୍କୁ ଅଟକାଇବାକୁ ପ୍ରୟାସ କରିଥିବା ହାଇଦ୍ରାବାଦ କ୍ଷେତ୍ରରକ୍ଷକ ମେହଦି ହାସନ୍ଙ୍କ ପାଦ ବାଉଣ୍ଡାରି ଦୌଡ଼ି ଛୁଇଁଥିଲା। ହେଲେ ପଡ଼ିଆରେ ଥିବା ଅମ୍ପାୟାର ତୃତୀୟ ଅମ୍ପାୟାରଙ୍କ ସହ କୌଣସି ଆଲୋଚନା ନକରି ଚୌକା ପରିବେର୍ତ ୨ ରନ୍ର ସଂକେତ ଦେଇଥିଲେ। କର୍ଣ୍ଣାଟକ ପାଳି ୨୦୩/୫ରେ ଶେଷ ହୋଇଥିଲା। ଏହାପରେ ହାଇଦ୍ରାବାଦ ପାଳି ମଧ୍ୟ ୨୦୩/୯ରେ ସରିଥିଲା। ତେବେ ଅମ୍ପାୟାରଙ୍କ ତ୍ରୁଟି ଯୋଗୁଁ ଶେଷରେ କର୍ଣ୍ଣାଟକ ସ୍କୋର୍ରେ ଆଉ ୨ ରନ୍ ଯୋଡ଼ା ଯାଇଥିଲା। ଫଳରେ ହାଇଦ୍ରାବାଦ ମ୍ୟାଚ୍ ହାରି ଯାଇଥିଲା। ଏଥିରେ ରାୟୁଡୁ କ୍ଷୁବ୍ଧ ହୋଇଥିଲେ ଏବଂ ପ୍ରସଙ୍ଗକୁ ନେଇ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ମୂଲ୍ୟ ଦେବାକୁ ପଡ଼ିଛି। ଦୁଇ ପଡ଼ିଆ ଅମ୍ପାୟାର ଅଭିଜିତ ଦେଶମୁଖ ଓ ଉଲାସ ବିଥାଲରାଓଙ୍କ ସହିତ ତୃତୀୟ ଅମ୍ପାୟାର ଅନିଲ ଦାଣ୍ଡେକର ମାମଲାକୁ ନେଇ ରାୟୁଡୁଙ୍କୁ ନିଲମ୍ବିତ କରିଥିଲେ। ଏନେଇ ବିସିସିଆଇ ପକ୍ଷରୁ ମଧ୍ୟ ହାଇଦ୍ରାବାଦ ଦଳର ପ୍ରବନ୍ଧକଙ୍କୁ ଅବଗତ କରାଯାଇଥିଲା।
ରାୟୁଡୁ ୨ ମ୍ୟାଚ୍ରୁ ନିଲମ୍ବିତ
/sambad/media/post_attachments/wp-content/uploads/2018/02/4-Ambati-Rayudu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)