ଆଇପିଏଲ : ବାଙ୍ଗାଲୋରର ବ୍ୟାଟିଂ ବିପର୍ଯ୍ୟୟ, ମାତ୍ର ୯୨ ରନରେ ଅଲଆଉଟ୍

ଆବୁଧାବି : ଆବୁଧାବିର ଶେଖି ଜାୟେଦ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୩୧ତମ ମ୍ୟାଚରେ ବାଙ୍ଗାଲୋର ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଫଳରେ ଦଳ ୧୯ ତମ ଓଭରରେ ମାତ୍ର ୯୨ ରନରେ ଅଲଆଉଟ୍ ହୋଇଯାଇଛି ।

ଟସ ଜିତି ପ୍ରଥମେ ବ୍ୟାଟି କରିଥିବା ବିରାଟଙ୍କ ଦଳ ପ୍ରଥମରୁ ହିଁ ଅଧିନାୟକ ବିରାଟ କୋହଲିଙ୍କୁ ହରାଇ ବିପଦର ସମ୍ମୁଖୀନ ହୋଇଥିଲା । ତେବେ ଦେବୀଦତ୍ତ ପଲ୍ଲିକଲ ଓ ଶ୍ରୀକର ଭାରତ ସତର୍କତାର ସହ ବ୍ୟାଟିଂ କରି ଦଳୀୟ  ସ୍କୋରକୁ ଆଗେଇ ନେଇଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ଓ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହେବା ପରେ ଦଳ ୧୯ ଓଭରରେ ମାତ୍ର ୯୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳର ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନଥିଲେ । କୋଲକତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସେଲ ୩ଟି ଲେଖାଏଁ ଓ ଫର୍ଗୁସନ ୨ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର