ମୁମ୍ବାଇ : ଆଇପିଏଲ୍ ୨୦୨୫ ପାଇଁ ରିଟେନ୍ ହୋଇଥିବା ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମାତ୍ର ୩ ଜଣ ଖେଳାଳିଙ୍କୁ ରିଟେନ୍ କରିଛି। ବଡ଼ ଖବର ହେଉଛି ଆରସିବି ତା\'ର ଅଧିନାୟକ ଫାଫ୍ ଡୁ ପ୍ଲେସିସଙ୍କୁ ବିଦା କରିଛି । ଏଥିସହ ମହମ୍ମଦ ସିରାଜ ମଧ୍ୟ ଦଳରୁ ବାଦ୍ ପଡ଼ିଛନ୍ତି। ସିରାଜଙ୍କ ବଦଳରେ ବେଙ୍ଗାଲୁରୁ ଜଣେ କମ୍ ଅଭିଜ୍ଞ ଯୁବ ଭାରତୀୟ ବୋଲରଙ୍କୁ ଦଳରେ ରଖିଛି। ବେଙ୍ଗାଲୁରୁ ଗ୍ଲେନ ମ୍ୟାକ୍ସୱେଲ ଓ କ୍ୟାମେରନ ଗ୍ରୀନଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ବିଦା କରିଛି । ତେବେ କିମ୍ବଦନ୍ତୀ ଖେଳାଳି ବିରାଟ କୋହଲିଙ୍କୁ ଦଳ ରଖିଛି । ଏହାସହିତ ତାଙ୍କ ପାଉଣା ବୃଦ୍ଧି କରାଯାଇଛି ।
ବିରାଟ କୋହଲି, ରଜତ ପଟିଦାର ଓ ୟଶ ଦୟାଲଙ୍କ ସମେତ ମାତ୍ର ୩ ଜଣ ଖେଳାଳିଙ୍କ ଉପରେ ଆରସିବି ଆସ୍ଥା ପ୍ରକଟ କରିଛି। ଆରସିବି କେବଳ ଭାରତୀୟ ପ୍ରତିଭାଙ୍କୁ ବଜାୟ ରଖିଛି। ସେମାନଙ୍କ ବ୍ୟତୀତ ପଞ୍ଜାବ କିଙ୍ଗ୍ସ ଏହି କାମ କରିଛି। ଆରସିବି ବିରାଟ କୋହଲିଙ୍କୁ ସବୁଠାରୁ ଅଧିକ ଟଙ୍କା ଦେଇଛି। ବିରାଟ କୋହଲିଙ୍କୁ ୨୧ କୋଟି ଟଙ୍କାରେ ରିଟେନ୍ କରାଯାଇଛି। ରଜତ ପଟିଦାରଙ୍କୁ ୧୧ କୋଟି ଟଙ୍କାରେ ରଖାଯାଇଥିଲା। ୟଶ ଦୟାଲଙ୍କୁ ୫ କୋଟି ଟଙ୍କାରେ ଅଣକ୍ୟାପ୍ଡ ଖେଳାଳି ଭାବେ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/10/31/G6LXHk24EpxzC3RvqXaE.jpg)