ଭଦୋଦରା: ଡବ୍‌ଲ୍ୟୁପିଏଲ୍‌ର ଦ୍ବାଦଶ ମ୍ୟାଚ୍‌ରେ ଆର୍‌ସିବି ୬୧ ରନ୍‌ର ବଡ଼ ବ୍ୟବଧାନରେ ଗୁଜରାଟ ଜାଏଣ୍ଟସ୍‌କୁ ପରାସ୍ତ କରିଛି। ତା’ ସହିତ ପଞ୍ଚମ ମ୍ୟାଚ୍‌ରୁ ଲଗାତାର ପଞ୍ଚମ ବିଜୟ ସହ ପୂରା ୧୦ ପଏଣ୍ଟ୍‌ ଅର୍ଜନ କରି ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛି। ସେହିଭଳି ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଥ‌ରେ ବିଜେତା ହେବା ଦିଗରେ ଆଉ ଏକ ପାଦ ବଢ଼ାଇଛି। ଏହି ଦଳ ୨୦୨୪ ମସିହାରେ ବିଜେତା ହୋଇଥିଲେ ମଧ୍ୟ ଗତବର୍ଷ ଫାଇନାଲ୍‌ ଟିକେଟ ହାସଲ କରିପାରି ନଥିଲା। ମଙ୍ଗଳବାର ଆର୍‌ସିବି ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍‌ ବିନିମୟରେ ୧୭୮ ରନ୍‌ କରିଥିଲା।

Advertisment

ASBM University: ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟରେ ଲିଟେରାରି ସିମ୍ପୋଜିୟମ

ଗୌତମୀ ନାୟକ ସର୍ବାଧିକ ୭୩ ରନ୍‌ (୫୫ ବଲ୍)ର ପାଳି ଖେଳିଥିଲେ। ଜବାବରେ ଗୁଜରାଟ ଜାଏଣ୍ଟସ୍ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇ  ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ମାତ୍ର ୧୧୭ ରନ୍‌ କରିପାରିଥିଲା। ଅଧିନାୟିକା ଆସ୍‌ଲେ ଗାର୍ଡନର (୫୪)ଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟର୍‌ ଆର୍‌ସିବି ବୋଲର୍‌ଙ୍କ ମୁକାବିଲା କରି ପାରି ନଥିଲେ। ଆର୍‌ସିବିର ସଫଳତମ ବୋଲର୍‌ ଭାବେ ସୟାଲୀ ସତଘରେ ୨୧ ରନ୍‌ ବ୍ୟୟ କରି ୩ ୱିକେଟ୍‌ କରାୟତ୍ତ କରିଥିଲେ। ଗୌତମୀ ତାଙ୍କ ବିସ୍ଫୋରକ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

Notice: ଜନ ଅଭିଯୋଗ ଶୁଣାଣିରେ ଅନୁପସ୍ଥିତି ବିଭାଗୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌