ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁ(ଆରସିବି) ନେଲା ବଡ଼ ନିଷ୍ପତ୍ତି। ଘୋଷଣା କଲା ଅଧିନାୟକଙ୍କ ନାମ। ପୂର୍ବରୁ ଆରସିବିର ଅଧିନାୟକ କିଏ ହେବ ସେ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଏବେ ଦଳ ନିଜ ଅଧିନାୟକଙ୍କ ନାମ ଘୋଷଣା କରିଛି। ଆଇପିଏଲ ୨୦୨୫ ସିଜିନ ପାଇଁ କ୍ରିକେଟର ରଜତ ପଟିଦାରଙ୍କୁ ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛି ଆରସିବି। ଏବିଷୟରେ ଦଳ ଆଜି ଘୋଷଣା କରିଛି। ୨୦୨୧ ମସିହାରୁ ଆରସିବି ସହିତ ଥିବା ପଟିଦାର ଫ୍ରାଞ୍ଚାଇଜର ୮ମ ଅଧିନାୟକ ହେବେ।
Welcome to your Raj, Ra-pa. 👑
— Royal Challengers Bengaluru (@RCBTweets) February 13, 2025
The baton has been passed, and your name has made it to the history books.
It’s time for a new chapter! Let’s give the best fans in the world what they’ve been waiting for all these years. 🙌 #PlayBold #ನಮ್ಮRCB #RCBCaptain #Rajat #RajatPatidar… pic.twitter.com/AKwjM9bnsq
ବିରାଟ କୋହଲିଙ୍କୁ ପୁଣି ଥରେ ଦଳର ଅଧିନାୟକ କରାଯିବ ବୋଲି ବହୁତ ଆଲୋଚନା ହେଉଥିଲା, କିନ୍ତୁ ଏହା ହୋଇନାହିଁ। ଦଳ ପଟିଦାରଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ଗତ ସିଜିନ୍ ଅର୍ଥାତ୍ ଆଇପିଏଲ ୨୦୨୪ରେ, ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ ପ୍ଲେସିସ୍ ଦଳର ଅଧିନାୟକ ଥିଲେ। କିନ୍ତୁ ଆଇପିଏଲ ୨୦୨୫ ନିଲାମି ପୂର୍ବରୁ, ଦଳ ଫାଫ୍ ଡୁ ପ୍ଲେସିସଙ୍କୁ ରିଟେନ୍ ନକରିବା ସହ ମେଗା ନିଲାମରେ ତାଙ୍କୁ କିଣିନଥିଲା। ଫାଫ୍ ଡୁ ପ୍ଲେସିସ୍ ୨୦୨୫ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବେ। ଫାଫ୍ ଡୁ ପ୍ଲେସିସଙ୍କୁ ଦିଲ୍ଲୀ ୨ କୋଟି ଟଙ୍କାରେ କିଣିଛି।
୩୧ବର୍ଷୀୟ ଖେଳାଳିଙ୍କୁ ଆଇପିଏଲ ସିଜନ-୨୦୨୧ରେ ଦଳ ମୁକ୍ତ କରିବା ପରେ ୨୦୨୨ରେ ଆରସିବି ତାଙ୍କୁ ବଦଳ ଖେଳାଳି (ରିପ୍ଲେସମେଣ୍ଟ ପ୍ଲେୟାର) ଭାବରେ ଦଳରେ ସାମିଲ କରିଥିଲା। ଏହି ସିଜିନରେ ନିଜ ପ୍ରଦର୍ଶନ ବଳରେ ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ ରଜତ। ସେ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଏଲିମିନେଟର ରାଉଣ୍ଡରେ ୧୧୨ରନ କରିଥିଲେ ଏବଂ ପ୍ଲେଅଫ୍ ରାଉଣ୍ଡରେ ଶତକ ହାସଲ କରିଥିବା ଆଇପିଏଲ ଇତିହାସରେ ପ୍ରଥମ ଅନକ୍ୟାପ୍ ଖେଳାଳି ହୋଇଥିଲେ। ୨୦୨୪ସିଜନରେ ପଟିଦାର ଆରସିବି ପାଇଁ ୧୫ଟି ମ୍ୟାଚ୍ ଖେଳି ୧୯୬ରନ କରିଥିଲେ ଏବଂ ୫ଅର୍ଦ୍ଧଶତକ କରିଥିଲେ।