ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)କୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଆଇପିଏଲ ୨୦୨୩ ମାର୍ଚ୍ଚ ୩୧ରୁ ଆରମ୍ଭ ହେବ । ମୋଟ ୫୨ ଦିନ ଧରି ଚାଲିଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟରେ ୭୪ଟି ମ୍ୟାଚ୍ ଖେଳାଯିବାର ଯୋଜନା ରହିଛି।
ଏହି ସମୟ ମଧ୍ୟରେ ୭୦ଟି ଲିଗ୍ ମ୍ୟାଚ୍ ଓ ୪ଟି ପ୍ଲେ ଅଫ୍ ମ୍ୟାଚ୍ ଖେଳାଯିବ । ଏହି ସିଜନର ଫାଇନାଲ ମ୍ୟାଚ୍ ମେ ୨୮ରେ ଖେଳାଯିବ । ଏଥର ମୋଟ ୧୨ଟି ସ୍ଥାନରେ ଆଇପିଏଲ୍ ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।
ଆଇପିଏଲ ପ୍ରଥମ ଦିନରୁ ଅର୍ଥାତ ୨୦୦୮ରୁ କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ବିବାଦରେ ରହିଛି। ଏହି କ୍ରମରେ ୨୦୧୧ରେ ଏକ ବିବାଦ ସାମ୍ନାକୁ ଆସିଥିଲା। ଏଥିରେ ଜଣେ ଖେଳାଳି ବିଦେଶୀ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ସେତେବେଳେ ରାୟଲ ଚେଲେଞ୍ଜର୍ସ ବେଙ୍ଗାଲୁରୁ ଅଷ୍ଟ୍ରେଲିଆର ଲୟୁକ ପୋମର୍ସବ୍ୟାକଙ୍କୁ ୫୦,୦୦୦ ଡଲାରେ କିଣିଥିଲା।
ସେତେବେଳେ ଆମେରିକାର ଜଣେ ମହିଳା ଲୟୁକଙ୍କ ବିରୋଧରେ ଅସଦାଚରଣ ଓ ମାଡ଼ ମାରିଥିବା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ଦିଲ୍ଲୀ ପୁଲିସ ଲୟୁକଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ସେଠାରେ ଖେଳାଳି ଅଚେତ ହୋଇପଡ଼ିଥିଲେ।
ମହିଳା ଅଭିଯୋଗ କରି କହିଥିଲେ କି, ‘ଲୟୁକ ମୁଁ ରହୁଥିବା ରୁମ ପର୍ଯ୍ୟନ୍ତ ମୋର ପିଛା କରିଥିଲେ। ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ମୋର ଭାବି ସ୍ବାମୀଙ୍କୁ ମାଡ଼ ମାରିଥିଲେ। ସେତେବେଳେ ଆରସିବିର ମାଲିକ ବିଜୟ ମାଲ୍ୟାଙ୍କ ପୁଅ ଲୟୁକଙ୍କୁ ବଞ୍ଚାଇ ଦେଇଥିଲେ। ଆଉ ମୋତେ ଭୁଲ ପ୍ରମାଣିତ କରିଥିଲେ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/89-1.jpg)