ବାଙ୍ଗାଲୋରକୁ ୨୦୭ ରନର ବିଶାଳ ଟାର୍ଗେଟ ଦେଲା ପଞ୍ଜାବ, ଆଇପିଏଲ-୨୦୨୦ର ପ୍ରଥମ ଶତକ ହାସଲ କଲେ ରାହୁଲ

ଦୁବାଇ : ଆଇପିଏଲ ୨୦୨୦ର ଷଷ୍ଠ ମ୍ୟାଚରେ କିଙ୍ଗସ ଇଲେଭେନ୍ ପଞ୍ଜାବ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୨୦୭ ରନର ବଡ଼ ଟାର୍ଗେଟ ଦେଇଛି। ଆଜି ବାଙ୍ଗାଲୋର ଟସ୍ ଜିତି ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ବ୍ୟାଟିଂ ଲାଗି ପଡ଼ିଆକୁ ଓହ୍ଲାଇଥିଲା ପଞ୍ଜାବ।

ନିର୍ଦ୍ଧାରିତ ୨୦ ଓଭର ଖେଳି ମାତ୍ର ୩ଟି ଉଇକେଟ ହରାଇ ୨୦୬ ରନ୍ ସଂଗ୍ରହ କରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ସାମ୍ନାରେ ୨୦୭ ରନର ବିଶାଳ ଟାର୍ଗେଟ ରଖିଛି ପଞ୍ଜାବ ।

ପଞ୍ଜାବ ଦଳର ଅଧିନାୟକ କେ ଏଲ ରାହୁଲ୍ ଏକ ଜବରଦସ୍ତ ଇନିଂସ ଖେଳି ୧୩୨ ରନ୍ କରି ଅପରାଜିତ ରହିଥିଲେ। ଏଥିସହ ଚଳିତ ଆଇପିଏଲ ୨୦୨୦ର ପ୍ରଥମ ଶତକ ମାରିଥିବା ବ୍ୟାଟସମ୍ୟାନ୍ ବନିଛନ୍ତି ରାହୁଲ୍। ଏହି ମ୍ୟାଚରେ ରାହୁଲ ୬୯ ବଲରେ ୧୪ ଚୌକା ଓ ୭ ଛକା ବଳରେ ୧୩୨ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲ ୨୬, ନିକୋଲ୍ସ ପୁରନ୍ ୧୭ ରନ କରିଥିଲେ ।

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ୟୁଜବେନ୍ଦ୍ର ଚହଲ ଗୋଟିଏ ଶିବମ୍ ଦୁବେ ୨ ଉଇକେଟ୍ ସଂଗ୍ରହ କରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର