ନୂଆଦିଲ୍ଲୀ: ଦୀର୍ଘ ୧୮ ବର୍ଷର ଅପେକ୍ଷା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି ଜିତିଛି। ଦଳ ଫାଇନାଲରେ ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ,ଯେଉଁ ଦଳ ଚାମ୍ପିଅନ୍ ହୋଇଥାଏ ସେ ବିଜୟ ପରେଡରେ ସାମିଲ ହୋଇଥାଏ। କିନ୍ତୁ ଖବର ମିଳିଛି କି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ପରେଡ ବାତିଲ କରାଯାଇଛି। ବର୍ତ୍ତମାନ ଏହାର ଉତ୍ସବ କେବଳ ସମ୍ବର୍ଦ୍ଧନା ସମାରୋହ ମାଧ୍ୟମରେ କରାଯିବ।
ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି ଜିତିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟ ପରେଡରେ ସାମିଲ ହୋଇଥାଆନ୍ତା। ଏଥିପାଇଁ ପୁଲିସର ଅନୁମତି ଆବଶ୍ୟକ ହୋଇଥାଏ। ତେବେ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ଦୃଷ୍ଟି ରଖି ବେଙ୍ଗାଲୁରୁ ପୁଲିସ ଚାମ୍ପିଅନ ଆରସିବି ଦଳକୁ ବିଜୟ ପରେଡ୍ ପାଇଁ ଅନୁମତି ଦେଲା ନାହିଁ।
ଗତମଙ୍ଗଳବାର ଅହମ୍ମଦାବାଦରେ ଆଇପିଏଲ ମ୍ୟାଚ ଶେଷ ହେବାପରେ ଦଳ ଅପରାହ୍ନ ୧ଟାରେ ବାଙ୍ଗାଲୁରୁରେ ପହଞ୍ଚିଛି। ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ସମ୍ବର୍ଦ୍ଧନା ସମାରୋହ ଆରମ୍ଭ ହେବ। ଏଥିପାଇଁ ଷ୍ଟାଡିୟମରେ ସମସ୍ତ ପ୍ରକାର ପ୍ରସ୍ତୁତି ବି ଶେଷ ହୋଇ ସାରିଛି।
ଏହି ସମାରୋହ ପାଇଁ କେବଳ ସେହି ଲୋକମାନେ ଷ୍ଟାଡିୟମରେ ପ୍ରବେଶ ପାଇବେ ଯାହାଙ୍କ ପାଖରେ ପାସ୍ କିମ୍ବା ଟିକେଟ୍ ଉପଲବ୍ଧ ଥିବ। ସମ୍ବର୍ଦ୍ଧନା ସମାରୋହରେ ଆସିବାକୁ ଥିବା ଦର୍ଶକଙ୍କୁ ପ୍ରଶାସନ ଅନୁରୋଧ କରି କହିଛି,‘ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ପାଖରେ ସୀମିତ ପାର୍କିଂ ସୁବିଧା ଅଛି। ତେଣୁ ଷ୍ଡାଡିୟମରେ ପହଞ୍ଚିବା ପାଇଁ ନିଜର ଯାନ ବ୍ୟବହାର ପରିବର୍ତ୍ତେ ମେଟ୍ରୋ ଏବଂ ସାର୍ବଜନୀନ ପରିବହନ ବ୍ୟବହାର କରିବା ଉଚିତ ହେବ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/04/mLvqK4HIncXooV5PnYzK.jpg)