ଆଇପିଏଲ : ଟସ ଜିଣି ବୋଲିଂ ନିଷ୍ପତ୍ତି ନେଲା ବାଙ୍ଗାଲୋର

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲ ୨୦୨୦ର ୧୯ତମ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଚଳିତ ଆଇପିଏଲରେ ଉଭୟ ଦିଲ୍ଲୀ ଓ ବାଙ୍ଗାଲୋର ଦଳ ଲଢୁଆ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ଅଛନ୍ତି । ଦିଲ୍ଲୀ ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରି ୬ ପଏଣ୍ଟ ପାଇଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରି ୬ ପଏଣ୍ଟ ପାଇଛି । ଉଭୟ ଦଳଙ୍କ ପଏଣ୍ଟ ସମାନ ଥିଲେ ମଧ୍ୟ ଉନ୍ନତ ରନରେଟ ଭିତ୍ତିରେ ଦିଲ୍ଲୀ ବାଙ୍ଗାଲୋର ଉପରେ ରହିଛି । କିନ୍ତୁ ଆଜି ଯେଉଁ ଦଳ ଜିତିବ, ସେ ମୁମ୍ବାଇକୁ ଟପି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ଚିବ ।

ସମ୍ବନ୍ଧିତ ଖବର