ଆଇପିଏଲ୍‌ରେ ଆର୍‌ସିବିର ନୂଆ ଜର୍ସି

ନୂଆଦିଲ୍ଲୀ: ଆଇପିଏଲ୍‌ର ଦ୍ବିତୀୟ ଚରଣରେ ଆସନ୍ତା ସୋମବାର କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍‌ ବିପକ୍ଷରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ନୂଆ ଜର୍ସିରେ ଖେଳିବ। ନୂଆ କିଟ୍ ପାର୍ଟନର୍‌ ଘୋଷଣା ପରେ ଜଣାପଡ଼ିଛି ବିରାଟ କୋହଲିଙ୍କ ଦଳ ଏହି ମ୍ୟାଚ୍‌ରେ ଲାଲ୍ ରଙ୍ଗ ପରିବର୍ତେ ନୀଳ ରଙ୍ଗ ପୋଷାକରେ ପଡ଼ିଆକୁ ଓହ୍ଲାଇବ। କୋଭିଡ୍‌ ମହାମାରୀର ଆଗଧାଡ଼ିର‌ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆର୍‌ସିବି ଏହି ‘ଗୋ ଗ୍ରିନ୍‌’ ଅଭିଯାନ କରିଛି। ଆଇପିଏଲ୍‌ ପ୍ରଥମ ଚରଣ ବେଳେ ଆର୍‌ସିବି ମଧ୍ୟ ‌ବାଙ୍ଗାଲୋର୍‌ ଏବଂ ଦେଶର ଅନ୍ୟ ସହରକୁ ଅକ୍ସିଜେନ୍‌ ଯୋଗାଣ ବ୍ୟବସ୍ଥା କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା।

ସମ୍ବନ୍ଧିତ ଖବର