ଓସିଏ ନିର୍ବାଚନ ପାଇଁ ସାନି ଭୋଟର ତାଲିକା: ବୌଦ୍ଧରୁ ପଙ୍କଜ, ମଙ୍ଗଳାରୁ ନବ

କଟକ: ଓସିଏ ନିର୍ବାଚନ ପାଇଁ ଶୁକ୍ରବାର ସାନି ଭୋଟର ତାଲିକା ପ୍ରକାଶ ପାଇବ। ତେବେ କେଉଁ ଜିଲ୍ଲାରୁ କିଏ ସ୍ବତନ୍ତ୍ର ସାଧାରଣ ବୈଠକରେ ଯୋଗଦେବେ ତାହାର ଏକ ସମ୍ଭାବ୍ୟ ତାଲିକା ‘ସମ୍ବାଦ’ ହାତରେ ଲାଗିଛି। ୩୧ ଜିଲ୍ଲା ଓ ୧୯ କ୍ଲବ୍‌ର ପ୍ରତିନିଧିଙ୍କ ନାମ ସହିତ କିଟ୍‌, ପାରାଦୀପ ଓ ରାଉରକେଲାର ତାଲିକା ହସ୍ତଗତ ହୋଇଥିଲା ବେଳେ ସ୍କୁଲ୍‌ ଓ କଲେଜ ତାଲିକାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ତେଣୁ ସମ୍ଭାବ୍ୟ ତାଲିକା ଅନୁଯାୟୀ, ସଭାପତି ଆଶାୟୀ ପ୍ରାର୍ଥୀ ପଙ୍କଜ ଲୋଚନ ମହାନ୍ତି ବୌଦ୍ଧ ଜିଲ୍ଲାରୁ ଆସୁଥିବା ବେଳେ ତାଙ୍କୁ ସାମ୍ନା କରିବେ ୟୁନିଅନ୍‌ ସ୍ପୋର୍ଟି˚ କ୍ଲବ୍‌ର ପ୍ରଦୀପ ଚୌହାନ। ସେହିପରି ସମ୍ପାଦକ ଆଶାୟୀ ଥିବା ଭୁବନେଶ୍ବରର ନବ ର˚ଜନ ପଟ୍ଟନାୟକ ଏଥର ମଙ୍ଗଳା କ୍ଲବ୍‌କୁ ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି। ତାଙ୍କ ପ୍ରତିଦ୍ବନ୍ଦ୍ବୀ ସ˚ଜୟ ବେହେରା କଟକ ଜିଲ୍ଲା ଦୌଡ଼କୁଦ ସ˚ଘକୁ ପ୍ରତିନିଧିତ୍ବ କରିବେ। ତେବେ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଏଥର ରାଇଜି˚ ଷ୍ଟୁଡେଣ୍ଟ ଓ ବର୍ତ୍ତମାନର ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ଭଦ୍ରକରୁ ସାଧାରଣ ବୈଠକରେ ଯୋଗଦେବେ ବୋଲି ଜଣାପଡ଼ିଛି।

ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ କୋରାପୁଟରୁ ଅନୁପ ପାତ୍ର, କେନ୍ଦୁଝରରୁ ଜନାର୍ଦନ ଦାସ, ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନ, ବରଗଡ଼ରୁ ରବି ନାରାୟଣ ପଣ୍ତା, ରାୟଗଡ଼ାରୁ ବକ୍ସିପାତ୍ର, ମାଲକାନଗିରିରୁ ସତବୀର ସି˚ହ, ନରବଙ୍ଗପୁରରୁ ପ୍ରହ୍ଲାଦ ତ୍ରିପାଠୀ, କଳାହାଣ୍ତିରୁ ଜଗମୋହନ ପଟ୍ଟନାୟକ, ନୂଆପଡ଼ାରୁ ସରୋଜ ସାହୁ, ସୋନପୁରରୁ ପ୍ରସାଦ ପଟ୍ଟନାୟକ, ବଲାଙ୍ଗୀରରୁ ହରିନାରାୟଣ ପୂଜାରୀ, ଝାରସୁଗୁଡ଼ାରୁ ମେହତାବ ଖାନ୍‌, ସୁନ୍ଦରଗଡ଼ରୁ ପ୍ରହଲ୍ଲାଦ ଭୋଳ, କନ୍ଧମାଳରୁ ଶିବ ତ୍ରିପାଠୀ, ଗଜପତିରୁ ଦେବାଶିଷ ପାଢ଼ୀ, ଗଞ୍ଜାମରୁ ଅଶୋକ ସାହୁ, ପୁରୀରୁ ରବି ପ୍ରତିହାରୀ, ଖୋର୍ଦ୍ଧାରୁ ବିକାଶ ପ୍ରଧାନ, ଜଗତସି˚ହପୁରରୁ ଅନୀଲ ବିଶ୍ବାଳ, ଯାଜପୁରରୁ ଜ୍ଞାନଚାନ୍ଦ ଦାସ, ବାଲେଶ୍ବରରୁ ଅଧୀପ ଦାସ, ଭୁବନେଶ୍ବରରୁ ସୌର୍ଯ୍ୟ ର˚ଜନ ପରିଜା, ଢେଙ୍କାନାଳରୁ ନଳିନୀ କୁମାର ଦାସ, ମୟୂରଭଞ୍ଜରୁ କିଶୋର କୁମାର ବିଶ୍ବାଳ, ଦେଓଗଡ଼ରୁ ସୁଜିତ ପ୍ରଧାନ, ନୟାଗଡ଼ରୁ ସ˚ଗ୍ରାମ ଗୁମାନ ସି˚ହ, କେନ୍ଦ୍ରାପଡ଼ାରୁ ସୁବାଶିଷ ସେନାପତି, ଅନୁଗୁଳରୁ ଅକ୍ଷୟ କୁମାର ସାମନ୍ତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି।

ଅପରପକ୍ଷରେ କ୍ଲବ୍‌ଗୁଡ଼ିକ ମଧ୍ୟରୁ ସନ୍‌ରାଇଜରୁ ତଡ଼ିତ କୁମାର ରାଉତ, ସନସାଇନ୍‌ରୁ ସଞ୍ଜୀବ ଦତ୍ତ, ରାଇଜି˚ ଷ୍ଟାରରୁ ବିଜୟ ଦାସ, ଜୁଭେନାଇଲରୁ ନିର୍ବାଣ ରାୟ, ବିଶ୍ବଭାରତୀରୁ ସୁଶାନ୍ତ ମହାନ୍ତି, କିଶୋରରୁ ନୃସି˚ହ ଚୌଧୁରୀ, ରୋଭର୍ସରୁ ଶ୍ରଦ୍ଧାନନ୍ଦ ଦାସ, ରୟାଲରୁ ବଙ୍କିମ ଦାସ, ଟାଉନରୁ କ୍ଷୀତିଶ ସାମନ୍ତରାୟ, ବାରବାଟୀ କଲ୍‌ଚରାଲ୍‌ ୟୁନିଅନ୍‌ରୁ ପ୍ରତାପ ଶତପଥୀ, ଜଗତପୁର ଦୌଡ଼କୁଦ ସ˚ଘରୁ ଜିସି ସି˚ହ, ସହିଦ ସ୍ପୋର୍ଟି˚ରୁ ସନ୍ତୋଷ ଦାସ, ଓଜିପିରୁ ସାରଦା ମହାନ୍ତି, ଏଲ୍‌ଆଇସିରୁ ଅଶୋକ କୁମାର ଦାସ, ଜୟଦୁର୍ଗାରୁ ଅସିତ ପଟ୍ଟନାୟକ, ଏସିସିରୁ ସୌଭାଗ୍ୟ ମହାପାତ୍ରଙ୍କ ନାମ ଆସିଥିବା ଜଣାପଡିଛି। ତେବେ ଏସ୍‌ବିଆଇ କ୍ଲବକୁ ନେଇ ଦ୍ବନ୍ଦ୍ବ ରହିଥିବାରୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଭୋଟରଙ୍କ ନାମ ସ୍ପଷ୍ଟ ହେବ। ଏହାଛଡ଼ା ପାରାଦୀପ ପୋର୍ଟ ଟ୍ରଷ୍ଟରୁ ଆର‌୍‌କେ ଦାସ, କିଟ୍‌ରୁ ଗଗନେନ୍ଦୁ ଦାସ ଓ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରୁ ଆର‌୍‌ଏନ୍‌ ପାଢ଼ୀଙ୍କ ନାମ ଆସିଥିବା ଜଣାପଡ଼ିଛି। ସାନି ତାଲିକା ଉପରେ ଆପତ୍ତି ଅଭିଯୋଗ ପାଇଁ ଦୁଇଦିନ ସମୟ ଦିଆଯାଇଥିଲା ବେଳେ ରବିବାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର