ଧନୀ ବୋର୍ଡର ଗରିବ ଆଚରଣ

ନୂଆଦିଲ୍ଲୀ: ବିଶ୍ୱର ଧନୀ କ୍ରିକେଟ୍‌ ବୋର୍ଡ ଭାବେ ପରିଚିତ ବିସିସିଆଇ କିନ୍ତୁ ଏବେ ଏକ ଗରିବ ଆଚରଣ ଦେଖାଇଛି। ନିଜର ଅଫିସିଆଲ୍‌ େଓ୍ଵବ୍‌ସାଇଟ୍‌ www.bcci.tv କୁ ଠିକଣା ସମୟରେ ନବୀକରଣ କରି ପାରିନାହିଁ ବିସିସିଆଇ। ଫଳରେ ଏହାର ପରିଚାଳନା ସଂସ୍ଥା ନେମଜେଟ୍‌ ଡଟ୍‌ କମ୍‌ ଏବଂ ରେଜିଷ୍ଟ୍ରାର୍ସ ଡଟ୍‌ କମ୍‌ ଡୋମେନ୍‌ ନାମକୁ ସାଧାରଣରେ ନିଲାମ ଆହ୍ଵାନ କରିଛି। ଏ ପର୍ଯ୍ୟନ୍ତ ମଧ୍ୟ ୭ ସଂସ୍ଥା ବିଡ୍‌ କରି ସାରିଛନ୍ତି। ଏହି ଡୋମେନ ୨୦୦୬ ଫେବ୍ରୁଆରି ୨ରୁ ୨୦୧୯ ଫେବ୍ରୁଆରି ୨୦୧୮ ପର୍ଯ୍ୟନ୍ତ ବୈଧ ଥିଲା। କିନ୍ତୁ ୨୦୧୮ ଫେବ୍ରୁଆରି ୩ରେ ଏହାର ଅପଡେସନ୍‌ ତାରିଖ ଥିଲା। ରବିବାର ସଂଧ୍ୟା ପର୍ଯ୍ୟନ୍ତ ଏହା ଅଚଳ ହୋଇପଡ଼ିଥିଲା। ସବୁଠାରୁ ବଡ଼ କଥା ହେଲା ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ଶୃଙ୍ଖଳା ଖେଳୁଥିବାବେଳେ ରବିବାର ମଧ୍ୟ ମ୍ୟାଚ୍‌ ଥିଲା। ଆଇପିଏଲ୍‌ ମିଡିଆ ରାଇଟ୍‌ସ ସହିତ ଆଇସିସିରୁ ବିପୁଳ ରାଶି ପାଉଥିଲେ ମଧ୍ୟ ବିସିସିଆଇର ଏଭଳି ଆଚରଣକୁ ପ୍ରଶଂସକମାନେ ନାପସନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ଏହି େଓ୍ଵବ୍‌ସାଇଟ୍‌ ପ୍ରଶଂସକ, ପ୍ରଶାସକ ଏବଂ ଗଣମାଧ୍ୟମ ପାଇଁ ବଡ଼ ବିଶ୍ୱସନୀୟ ସୂତ୍ରଧର ରହିଆସିଥିଲା।

ସମ୍ବନ୍ଧିତ ଖବର