ଜାତୀୟସ୍ତରରେ ଲୋକାର୍ପିତ ହେଲା ‘ରିଆକ୍ଟ’

ଭୁବନେଶ୍ୱର: କ୍ରୀଡ଼ା ଗୁରୁ ଡକ୍ଟର ହରି ପ୍ରସାଦ ପଟ୍ଟନାୟକଙ୍କ ମାନସପୁତ୍ର ମହିଳାଙ୍କ ଆତ୍ମରକ୍ଷା ବ୍ୟବସ୍ଥା ‘ରିଆକ୍ଟ’ ଜାତୀୟସ୍ତରରେ ଶନିବାର ଲୋକାର୍ପିତ ହୋଇଛି। ନୂଆଦିଲ୍ଲୀର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ ସଭାଗୃହରେ ଏକ ଉତ୍ସବରେ ଏହାକୁ ଦିଲ୍ଲୀ ମହିଳା କମିସନ୍‌ ଅଧ୍ୟକ୍ଷା ଶ୍ୱାତୀ ମାଲିଓ୍ଵାଲ୍‌ ଲୋକାର୍ପିତ କରିଥିଲେ। ଏହି ଅତ୍ମରକ୍ଷା କୌଶଳକୁ ୨୦୧୪ରେ ଓଡ଼ିଶା ସରକାର ଗ୍ରହଣ କରିଥିଲେ। ଉତ୍କଳ କରାଟେ ସ୍କୁଲ୍‌ ମାଧ୍ୟମରେ ସରକାର ୧୦ ଲକ୍ଷ ସ୍କୁଲ୍‌ ଏବଂ କଲେଜ୍‌ ପିଲାକୁ ପ୍ରଶିକ୍ଷଣ ପ୍ରଦାନ କରିସାରିଲେଣି। ମହିଳାଙ୍କ ଆତ୍ମରକ୍ଷା କ୍ଷେତ୍ରରେ ଏବେ ଏହା ଦେଶରେ ଅଗ୍ରଣୀ ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର