ରୋନାଲ୍‌ଡୋଙ୍କ ୪ ଗୋଲ୍‌ରେ ଜିତିଲା ରିଅଲ ମାଦ୍ରିଦ୍‌

ମାଦ୍ରିଦ୍‌: ପର୍ତୁଗାଲ ତାରକା କ୍ରିଷ୍ଟିଆନ୍‌ ରୋନାଲ୍‌ଡୋଙ୍କ ୪ ଗୋଲ୍‌ ବଳରେ ରିଅଲ୍‌ ମାଦ୍ରିଦ୍‌ ରବିବାର ସ୍ପାନିସ୍‌ ଲିଗ୍‌ର ଏକ ମ୍ୟାଚ୍‌ରେ ଗିରୋନାକୁ ୬-୩ ଗୋଲ୍‌ରେ ହରାଇ ଦେଇଛି। ରୋନାଲ୍‌ଡୋ ପ୍ରଥମାର୍ଧରେ ଗୋଟିଏ ଏବଂ ଦ୍ୱିତୀୟାର୍ଧରେ ଆଉ ୩ ଗୋଲ୍‌ ଦେଇ ଶେଷ ୧୧ ମ୍ୟାଚ୍‌ରେ ୨୧ ଗୋଲ୍‌ ନିଜ ନାମରେ କରିଥିଲେ। ଅନ୍ୟ ଦୁଇ ଗୋଲ୍‌ ଲୁକାସ୍‌ ଭାଜକ୍ୟୁଏଜ୍‌ ଏବଂ ଗ୍ରେଥ୍‌ ବାଲେ ଦେଇଥିଲେ। ଏହି ବିଜୟ ସହ ରିଅଲ୍‌ ମାଦ୍ରିଦ୍‌ ୬୦ ପଏଣ୍ଟ୍‌ ସହ ତାଲିକାର ତୃତୀୟରେ ପହଞ୍ଚିଛି। ଆଟ୍‌ଲେଟିକୋ ମାଦ୍ରିଦ୍‌ ୬୪ ଦ୍ୱିତୀୟ ଏବଂ ଲିଓନିଲ୍‌ ମେସିଙ୍କ ଦଳ ବାର୍ସିଲୋନା ଶୀର୍ଷ ସ୍ଥାନରେ ରହିଛି। ରବିବାର ଅନ୍ୟ ମ୍ୟାଚ୍‌ରେ ଆଟ୍‌ଲେଟିକୋ ମାଦ୍ରିଦ୍‌ ୧-୨ ଗୋଲ୍‌ରେ ଭିଲାରିଅଲ୍‌ଠୁ ହାରି ଯାଇଥିଲା ବେଳେ ବାର୍ସିଲୋନା ୨-୦ ଗୋଲ୍‌ରେ ଆଥଲେଟିକ୍‌ ବିଲ୍‌ବାଓକୁ ପରାସ୍ତ କରି ଶୀର୍ଷ ସ୍ଥାନ ବଜାୟ ରଖିଥିଲା। ବାର୍ସିଲୋନା ପକ୍ଷରୁ ମେସି (୩୦ ମିନିଟ୍‌) ଏବଂ ପାକୋ ଅଲ୍‌କାସର୍‌ (୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର