କଟକ: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୦ତମ ରାଜ୍ୟ ପୁଲିସ୍ ଦୌଡ଼କୁଦ ପ୍ରତିଯୋଗିତାର ତୃତୀୟ ଦିନରେ ତିନି ନୂଆ କୀର୍ତ୍ତିମାନ ହୋଇଛି। ଚତୁର୍ଥ ଓଏସ୍ଏପି ବାଟାଲିଅନ୍ର ସିପାହୀ ଅମିତ କୁମାର ମହନ୍ତ ଟ୍ରିପଲ ଜମ୍ପରେ ୧୪.୨୮ ମିଟର ଲମ୍ବ ଡେଇଁ ଦିନର ପ୍ରଥମ କୀର୍ତ୍ତିମାନ କରିଥିଲେ। ସେହିପରି ଷଷ୍ଠ ଓଏସ୍ଏପି ବାଟାଲିଅନ୍ର ସିପାହୀ କୌସଲ୍ୟ କୁମାର ନାୟକ ୪୦୦ ମିଟର ବାଧା ଦୌଡ଼କୁ ୫୩.୭ ସେକେଣ୍ଡରେ ଅତିକ୍ରମ କରି ନୂଆ କୀତ୍ତିମାନ କରିଛନ୍ତି। ଅନ୍ୟପକ୍ଷରେ ୪ଗୁଣା ୧୦୦ ମିଟର ପୁରୁଷ ରିଲେ ଦୌଡ଼ରେ ଷଷ୍ଠ ଓଏସ୍ଏପି ବାଟାଲିଅନ୍ ୪୩.୫ ସେକେଣ୍ଡରେ ନୂଆ କୀର୍ତ୍ତିମାନ କରିଛନ୍ତି। ଅନ୍ୟ ଇଭେଣ୍ଟ ଗୁଡ଼ିକ ମଧ୍ୟରେ ପୁରୁଷ ୫୦୦୦ ମିଟର ଦୌଡ଼ରେ ଅଷ୍ଟମ ସ୍ୱତନ୍ତ୍ର ଆଇଆର୍ ବାଟାଲିଅନ୍ର ଅଶୋକ ଦଣ୍ଡସେନା, ସଟ୍ପୁଟରେ ଷଷ୍ଠ ଓଏସ୍ଏପି ବାଟାଲିଅନ୍ର ବିଶ୍ୱରଂଜନ ରାଉତ, ଲମ୍ବ ଡିଆଁରେ ପ୍ରଥମ ଓଏସ୍ଏପି ବାଟାଲିଅନ୍ର ତରଣିସେନ୍ ମହନ୍ତ, ୧୫୦୦ ମିଟର ଦୌଡ଼ରେ ଷଷ୍ଠ ଆଇଆର୍ବିର ବୁନିପ ପ୍ରଧାନ, ଡେକାଥଲନ୍ରେ ଦ୍ୱିତୀୟ ଓଏସ୍ଏପି ବାଟାଲିଅନ୍ର ପି.ଛେତ୍ରୀ ପ୍ରଥମ ହୋଇଛନ୍ତି। ସେହିପରି ମହିଳା ୫୦୦୦ ମିଟର ଦୌଡ଼ରେ କମିସନରେଟ୍ ପୁଲିସ୍-ଏ’ର ପ୍ରମିତା ଟପ୍ପୋ, ୧୦୦ ମିଟର ବାଧାଦୌଡ଼ରେ ରୀନା ବା’, ସଟ୍ପୁଟରେ ପ୍ରମୋଦିନୀ ମିଶ୍ର ପ୍ରଥମ ସ୍ଥାନରେ ରହିଥିଲେ। ତୃତୀୟ ଦିନରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସ୍ଏପି) ବି.ରାଧିକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ପଦକ ପ୍ରଦାନ କରିଛନ୍ତି।
ରିଲେ ଦୌଡ଼ରେ ଷଷ୍ଠ ବାଟାଲିଅନ୍ର କୀର୍ତ୍ତିମାନ
ରାଜ୍ୟ ପୁଲିସ୍ ଦୌଡ଼କୁଦ
/sambad/media/post_attachments/wp-content/uploads/2017/11/colored-silhouettes-runners-vector-running-marathon-logo-figures-athletes-line-symbol-67530464.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)