ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଅପ୍ରତ୍ୟାଶିତ ଆର୍ଥିକ ସଙ୍କଟ ନେଇ ସେଠାକାର ଜନତା ରାଜରାସ୍ତାକୁ ଓହ୍ଲାଇଛନ୍ତି। ଛାତ୍ରଛାତ୍ରୀମାନେ ଶ୍ରୀଲଙ୍କା ସଂସଦ ତଥା ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିଛନ୍ତି। ପୂର୍ବତନ କ୍ରିକେଟର୍ ରୋଶନ ମହାନାମା ବି ଏହି ବିଶାଳ ଧର୍ମଘଟରେ ସାମିଲ ଅଛନ୍ତି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କିନ୍ତୁ ଦେଶର ଦୁଇ ମହାନ କ୍ରିକେଟର୍ କୁମାର ସାଙ୍ଗାକାରା ଓ ମାହେଲା ଜୟବର୍ଦ୍ଧନେ ଆଇପିଏଲ୍ରେ କାର୍ଯ୍ୟରତ ଅଛନ୍ତି। ଉଭୟ ମଧ୍ୟ ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ପାଟି ଖୋଲିନାହାନ୍ତି। ଯାହା ଶ୍ରୀଲଙ୍କାର ସାଧାରଣ ଜନତାଙ୍କୁ କ୍ଷୁବ୍ଧ କରିଛି। ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ଅବଶ୍ୟ ସାଙ୍ଗାକାରା ଓ ଜୟବର୍ଦ୍ଧନେ ଆଜି ଟ୍ବିଟ୍ କରି ତୁରନ୍ତ ଏହି ମାମଲାର ସମାଧାନ କରିବାକୁ ଶ୍ରୀଲଙ୍କା ସରକାରଙ୍କୁ ଆହ୍ବାନ କରିଛନ୍ତି। ତେବେ ଉଭୟ ସରକାରଙ୍କ ବିରୋଧରେ ପଦଟିଏ ବି କହି ନାହାନ୍ତି। ସେଥିପାଇଁ ଶ୍ରୀଲଙ୍କା କ୍ରିକେଟ୍ପ୍ରେମୀ ଉଭୟଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏପରିକି ସାଥୀ କ୍ରିକେଟର୍ ଲସିଥ ମାଲିଙ୍ଗା ମଧ୍ୟ ଟ୍ବିଟ୍ କରି ସାଙ୍ଗାକାରାଙ୍କୁ କଟାକ୍ଷ କରିଛନ୍ତି। ଯାହା ହେଉ ଶେଷରେ ଯେଉଁ ଲୋକମାନେ ଆମ ଦେଶକୁ ଏଭଳି ଏକ ସଙ୍କଟ ଭିତରକୁ ଠେଲି ଦେଇଛନ୍ତି, ସେମାନଙ୍କ ବିରୋଧରେ ପଦଟିଏ କହିବାକୁ ତୁମର ସାହସ ହେଲା ବୋଲି ମାଲିଙ୍ଗା ସାଙ୍ଗାକାରା କରିଥିବା ‘ସାପ ମରୁ ବାଡ଼ି ନଭାଙ୍ଗୁ’ ଭଳି ଟ୍ବିଟ୍କୁ ଦେଖିଲା ପରେ କହିଛନ୍ତି। ଅନେକ ଶ୍ରୀଲଙ୍କା କ୍ରିକେଟ୍ପ୍ରେମୀ ଜୟବର୍ଦ୍ଧନେ ଶ୍ରୀଲଙ୍କାର ନାଗରିକ ବୋଲି ମନେ ପକାଇ ଦେଇଛନ୍ତି।
ସାଙ୍ଗାକାରା ଓ ଜୟବର୍ଦ୍ଧନେଙ୍କୁ ଭର୍ତ୍ସନା
/sambad/media/post_attachments/wp-content/uploads/2022/04/sf46h46hf4h65s4hffh-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)