ଇନ୍ଦୋର ଟେଷ୍ଟ ଜିତି ଆଲାନ ବର୍ଡରଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ କୋହଲି

ଇନ୍ଦୋର : ଆଜି ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ ବାଂଲାଦେଶ ଉପରେ ଦମଦାର ବିଜୟ ହାସଲ କରିଛି । ଏହି ବିଜୟ ସହ ଅଧିନାୟକ ବିରାଟ କୋହଲି କେତେକ ରେକର୍ଡ କରିଛନ୍ତି । ଅଧିନାୟକଭାବେ ୩୨ଟି ଟେଷ୍ଟମ୍ୟାଚ ବିଜୟ ହାସଲ କରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଆଲାନ ବର୍ଡରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ବିରାଟ ।

ତେବେ ଏହା ବିଶ୍ୱ ରେକର୍ଡ ନୁହେଁ । ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ ସ୍ମିଥ । ସେ ୧୦୯ଟି ମ୍ୟାଚରେ ଅଧିନାୟକତ୍ୱ କରି ୫୩ଟିରେ ଜିତିଥିଲେ । ତାଙ୍କ ତଳକୁ ଅଛନ୍ତି ରିକି ପଣ୍ଟିଂ । ସେ ୭୭ଟି ମ୍ୟାଚରେ ଅଧିନାୟକତ୍ୱ କରି ୪୮ ଟିରେ ଜିତିଥିଲେ । ୪ର୍ଥ ସ୍ଥାନରେ ଅଛନ୍ତି ଷ୍ଟିଭ ଓ୍ଵ । ସେ ୫୭ ଟି ମ୍ୟାଚରେ ଅଧିନାୟକତ୍ୱ କରି ୪୧ ଟିରେ ଜିତିଥିଲେ । କେବଳ ଏତିକି ନୁହେଁ, ବିରାଟ ସର୍ବାଧିକ ୧୦ଟି ଇନିଂସ ବିଜୟ ହାସଲ କରି ଧୋନୀଙ୍କ ରେକର୍ଡ କାଟିଛନ୍ତି ।
ସୂଚନାଯୋଗ୍ୟ ଯେ ଇନ୍ଦୋର ଟେଷ୍ଟରେ ଆଜି ଭାରତ ବାଂଲାଦେଶକୁ ଇନିଂସ ଓ ୧୩୦ ରନରେ ପରାସ୍ତ କରିଛି । ବାଂଲାଦେଶ ନିଜର ୨ୟ ଇନିଂସରେ ୨୧୩ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ନିଜର ପ୍ରଥମ ଇନିଂସରେ ୬ ଓ୍ଵିକେଟ ହରାଇ ୪୯୩ ରନ ସଂଗ୍ରହ କରିଥିଲା ।

ସମ୍ବନ୍ଧିତ ଖବର