ଗୋଲ୍ଡ କୋଷ୍ଟ: ଅଷ୍ଟ୍ରେଲିଆର ଜଣେ ପ୍ରୌଢ଼ ସନ୍ତରଣ ତାରକା ୯୯ ବର୍ଷ ବୟସରେ ବିଶ୍ୱ କୀର୍ତ୍ତିିମାନ କରିଛନ୍ତି। ଆସନ୍ତା ମାସରେ ନିଜ ଶତକୀୟ ଜନ୍ମ ଦିବସ ପାଳନ କରିବାକୁ ଯାଉଥିବା ଜର୍ଜ କରୋନେସ୍‌ ନାମକ ଏହି ସୌଖିନ ପହଁରାଳି ନିଜ ବୟସ ବର୍ଗର ୫୦ ମିଟର ଫ୍ରି ଷ୍ଟାଇଲ୍‌ ସନ୍ତରଣରେ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଶୁକ୍ରବାର ଗୋଲ୍ଡ କୋଷ୍ଟ ଜଳକ୍ରୀଡ଼ା ସନ୍ତରଣାଗାରରେ ଆୟୋଜିତ ବୟସ୍କ ସନ୍ତରଣ ପ୍ରତିଯୋଗିତାର ୫୦ ମିଟର ଫ୍ରିଷ୍ଟାଇଲକୁ ୫୬.୧୨ ସେକେଣ୍ଡରେ ଶେଷ କରି କରୋନେସ୍‌ ନୂଆ ବିଶ୍ୱ କୀର୍ତ୍ତିମାନଧାରୀ ହୋଇଥିଲେ। ଏହା ପୂର୍ବରୁ ଏହି କୀର୍ତ୍ତିମାନ ବ୍ରିଟେନର ଜନ୍‌ ହାରିସନ (୧ ମିନିଟ୍‌ ୩୧.୧୯ ସେକେଣ୍ଡ)ଙ୍କ ନାମରେ ଥିଲା। ଡାକ୍ତରୀ ପେସାରେ ଥିବା କରୋନେସ୍‌ ନିଜ ଦୀର୍ଘ ଜୀବନର ଶ୍ରେୟ ସନ୍ତରଣକୁ ଦେଇଛନ୍ତି।