୨୪ ଘଣ୍ଟାରେ ଭାଙ୍ଗିଯାଇଥାନ୍ତା ମ୍ୟାକଗର୍କଙ୍କ ରେକର୍ଡ, ହେଲେ…

ନୂଆଦିଲ୍ଲୀ: ଚଳିତ ଥର ଆଇପିଏଲ-୨୦୨୪ରେ ରେକର୍ଡ ବର୍ଷା ହେଉଛି | ଗତ ଶନିବାର, ସନରାଇଜର୍ସ ହାଇଦ୍ରାବାଦ ବନାମ ଡିସି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲର ବ୍ୟାଟ୍ସମ୍ୟାନ୍ ଜେକେ ଫ୍ରେଜର ମ୍ୟାକଗର୍କ ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଚଳିତ ସିଜନରେ ଏପର୍ଯ୍ୟନ୍ତ ଦ୍ରୁତତମ ପଚାଶ ସ୍କୋର କରିବାରେ ମ୍ୟାକଗର୍କ ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ୍। ତେବେ ରବିବାର ଦିନ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ହୋଇଥିବାବେଳେ କେକେଆରର ଓପନିଂ ବ୍ୟାଟ୍ସମ୍ୟାନ୍ ଫିଲ୍ ସଲ୍ଟ ଏକ ଭିନ୍ନ ଶୈଳୀରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ଇନିଂସର ପ୍ରଥମ ବଲରେ ସଲ୍ଟ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରିଦେଇଥିଲେ । ଯେତେବେଳେ କି ଫିଲ୍ ସଲ୍ଟ ଆରସିବି ବିପକ୍ଷ ମ୍ୟାଚର ୫ ଓଭରରେ ୧୩ଟି ବଲରେ ୪୮ ରନ୍ ସଂଗ୍ରହ କରିଥିଲେ। ପରବର୍ତ୍ତୀ ବଲରେ ହିଟ ଲଗାଇ ସେ ୧୪ଟି ବଲରେ ଅର୍ଦ୍ଧଶତକ ପୂରଣ କରିଦେଇଥାନ୍ତେ | ଏହା କରି ସେ ଆଇପିଏଲ ଇତିହାସରେ ଅର୍ଦ୍ଧଶତକ ହାସଲ କରିଥିବା ଦ୍ୱିତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇପାରିଥାନ୍ତେ |

କିନ୍ତୁ ସେ ଓଭରର ଦ୍ୱିତୀୟ ବଲରେ ମହମ୍ମଦ ସିରାଜଙ୍କ ବଲରେ ୱିକେଟ୍ ହରାଇଥିଲେ। ଏହି ମ୍ୟାଚରେ ଫିଲ୍ ସଲ୍ଟ ୧୪ଟି ବଲରେ ୪୮ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ସେ ୭ଟି ଚୌକା ଓ ୩ଟି ଛକା ମାରିଥିଲେ। ସୂଚନା ଥାଉ କି ଯେ ଗତକାଲିର ମ୍ୟାଚରେ ହାଇଦ୍ରାବାଦ ବନାମ ଡିସି ମ୍ୟାଚ୍ ରେ ଅନେକ ରେକର୍ଡ କରାଯାଇଥିଲା | ସେହି ମ୍ୟାଚ୍‌ରେ, ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବାବେଳେ ଟ୍ରାଭିସ୍ ହେଡ୍ ମାତ୍ର ୧୬ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ, ଦିଲ୍ଲୀ କ୍ୟାପିଟାଲସ ପାଇଁ ଜେକେ ଫ୍ରେଜର ମ୍ୟାକଗର୍କ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳି ହୋଇପାରିଥିଲେ । ଯଦି ଆମେ କେକେଆର୍ ବିଷୟରେ କହିବା, ତେବେ ଏହି ଦଳ ପାଇଁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ପ୍ୟାଟ୍ କମିନ୍ସଙ୍କ ନାମରେ ଅଛି, ଯିଏ ୨୦୨୨ ମସିହାରେ ୧୪ଟି ବଲରେ ପଚାଶ ସ୍କୋର କରିଥିଲେ। ଆରସିବି ବିପକ୍ଷ ମ୍ୟାଚରେ ଫିଲ୍ ସଲ୍ଟ କମିନ୍ସଙ୍କ ରେକର୍ଡର ସମକକ୍ଷ ହୋଇପାରିଥାନ୍ତେ ।

ସମ୍ବନ୍ଧିତ ଖବର