ନୂଆଦିଲ୍ଲୀ: ୟୁଏଇରେ ଚାଲିଥିବା ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ ପ୍ରଥମରୁ ଛକା ବର୍ଷା କରି ଚାଲିଛି। ବଲ୍ କେତେବେଳେ ପଡ଼ିଆ ବାହାରକୁ ଚାଲି ଯାଉଛି ତ ଆଉ କେତେବେଳେ ଛାତ ଉପରେ ଅଟକିଯାଉଛି। ଏତେ ସଂଖ୍ୟାରେ ଛକା ବର୍ଷା ହେଉଛି ଯେ କ୍ରିକେଟ୍ ଭାଷ୍ୟକାରମାନେ ମଧ୍ୟ ଏହାକୁ ବର୍ଣ୍ଣନା କରିବାକୁ ଶବ୍ଦ ପାଉନାହାନ୍ତି। ପ୍ରଥମ ୧୦ ମ୍ୟାଚ୍ ସୁଦ୍ଧା ମୋଟ ୧୫୩ ଛକା ଦେଖିବାକୁ ମିଳିଥିବାରୁ ଏହା ଏକ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରି ସାରିଛି। ଏହି ପରିସଂଖ୍ୟାନ ସୋମବାର ରାତିର ବାଙ୍ଗାଲୋର୍-ମୁମ୍ବାଇ ମ୍ୟାଚ୍ ପର୍ଯ୍ୟନ୍ତ ହିସାବ ଦେଇଛି। ସାରଜା ଷ୍ଟାଡିୟମ୍ର ବାଉଣ୍ଡରି ଛୋଟ ଏବଂ ପିଚ୍ ଫ୍ଲାଟ୍ ହୋଇଥିବାରୁ ଏଠାରେ ମାତ୍ର ୨ଟି ମ୍ୟାଚ୍ରୁ ୬୨ ଛକା ସଂଗୃହିତ ହୋଇସାରିଛି। ଆବୁଧାବିର ସେଖ୍ ଜୟଦ୍ ଷ୍ଟାଡିୟମ୍ରେ ୩ ମ୍ୟାଚ୍ରୁ ୩୩ ଛକା ଏବଂ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ୫ ମ୍ୟାଚ୍ରୁ ୫୮ ଛକା ଦେଖିବାକୁ ମିଳିଛି। ସାରଜାରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ସ ମ୍ୟାଚ୍ ସର୍ବାଧିକ ୩୩ ଛକା ଦେଇଛି। ସାରଜାରେ ମ୍ୟାଚ୍ ପିଛା ୩୧ ଛକା, ଆବୁଧାବିରେ ମ୍ୟାଚ୍ ପିଛା ୧୧ ଛକା ଏବଂ ଦୁବାଇରେ ମ୍ୟାଚ୍ ପିଛା ୧୧.୬ ଛକା ଦେଖିବାକୁ ମିଳିଛି। ଏହି ୩ ମ୍ୟାଚ୍ରେ ସମସ୍ତ ୬୦ ମ୍ୟାଚ୍ ଖେଳାଯିବାକୁ ଥିବାରୁ ଏଥର ଛକାରେ ନୂଆ କୀର୍ତ୍ତିମାନ ନଜରକୁ ଆସିବା ନିଶ୍ଚିତ ହୋଇଛି।
ଛକା ବର୍ଷାରେ କୀର୍ତ୍ତିମାନ: ୧୦ ମ୍ୟାଚ୍ରୁ ୧୫୩
/sambad/media/post_attachments/wp-content/uploads/2020/09/Rahul-tiwatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)