କଟକ: ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ଓଡ଼ିଶା କ୍ରିକେଟ୍ ଏକାଡେମି ପାଇଁ ୧୭ ଜଣ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ପୁରୁଷ ଶାଖା ପାଇଁ ୧୧ ଜଣ ଓ ମହିଳା ଶାଖା ପାଇଁ ୬ ଜଣ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ପୁରୁଷ ବିଭାଗରେ ଅବକାଶ ଖଟୁଆ, ଦୀପକ ମଙ୍ଗରାଜ, ସୁରେଶ କୁମାର, ନଟରାଜ ବେହେରା, ବସନ୍ତ ମହାନ୍ତି, କୁଳଦୀପ ଶର୍ମା, ରଶ୍ମିରଂଜନ ଦାସ, ଶୋଭନ ଦେବ, ପ୍ରଭାତ ନାୟକ, ପ୍ରୀତମ ଜିତ୍ ଦାସ ଓ କେଭି ପ୍ରସାଦଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ମହିଳା ଶାଖାରେ ପୁଷ୍ପାଞ୍ଜଳି ବାନାର୍ଜୀ, କାଦମ୍ବିନୀ ମହାକୁଡ଼, ସ୍ବାଗତିକା ରଥ, ମଧୁସ୍ମିତା ବେହେରା, ଟିକିଲତା ପ୍ରଧାନ, ଇତିଶ୍ରୀ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି।
ଏମାନଙ୍କୁ ଓଡ଼ିଶା କ୍ରିକେଟର ବିଭିନ୍ନ ବୟସ ବର୍ଗ ଦଳର ପ୍ରଶିକ୍ଷକ ଭାବେ ଦାୟିତ୍ବ ଦିଆଯାଇପାରେ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଓସିଏ ପକ୍ଷରୁ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟର ଦିନେଶ ମୋଙ୍ଗିଆଙ୍କୁ ମୁଖ୍ୟ ପ୍ରଶିକ୍ଷକ, ଭି ଭେଙ୍କଟରାମଙ୍କୁ କ୍ରିକେଟ୍ ଏକାଡେମିର ବୈଷୟିକ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରୁମେଲି ଧରଙ୍କୁ ନିଯୁକ୍ତି ଦିଆଯାଇଛି। ଓସିଏ ସଭାପତି ପ୍ରଣବପ୍ରକାଶ ଦାସ, ସଂପାଦକ ସଂଜୟ ବେହେରା ନବନିଯୁକ୍ତ ପ୍ରଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।