ରାଉରକେଲା: ରାଉରକେଲା ଜନ୍ମିତ ତାରକା ସାଇକ୍ଲିଷ୍ଟ୍ ସ୍ବସ୍ତି ସିଂହଙ୍କୁ ପୁଣି ଏକ ସଫଳତା ମିଳିଛି। ସ୍ବସ୍ତି ପୁଣି ଥରେ ଭାରତୀୟ ସାଇକ୍ଲିଂ ଦଳରେ ସାମିଲ ହୋଇଛନ୍ତି। ସେ ଆଗାମୀ ଜୁନ ମାସରେ ମାଲେସିଆରେ ହେବାକୁ ଥିବା ଏସିଆନ୍ ଟ୍ରାକ୍ ସାଇକ୍ଲିଂ ଚାମ୍ପିଅନସିପ୍ ଏବଂ ଚୀନ୍ରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ପ୍ରତିନିଧତ୍ବ କରିବେ। ଚୟନ ଶିବିରରେ ସେ ମାତ୍ର ୨ ମିନିଟ୍ ୧୮ ସେକେଣ୍ଡ୍ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହା ପୂର୍ବରୁ ସ୍ବସ୍ତି ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ କୃତିତ୍ବ ହାସଲ କରିଛନ୍ତି।
ଏସିଆନ୍ ଟ୍ରାକ୍ ସାଇକ୍ଲିଂ ପାଇଁ ଭାରତୀୟ ଦଳରେ ସ୍ବସ୍ତି
/sambad/media/post_attachments/wp-content/uploads/2023/05/465465g465gjggdjgj.jpg)