ଦୌଡ଼କୁଦର ବିକାଶ ଲାଗି ହାତମିଳାଇଲେ ରିଲା‌ଏନ୍ସ ଓ ଏଏଫ୍‌ଆଇ

ମୁମ୍ବାଇ: ଭାରତୀୟ ଆଥଲେଟ୍‌ଙ୍କ ସାମଗ୍ରିକ ବିକାଶ ଲାଗି ହାତମିଳାଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ସର୍ବଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ)। ଏହି ସହଭାଗିତା ସମଗ୍ର ଦେଶରୁ ଆଥଲେଟଙ୍କୁ ଚିହ୍ନଟ, ସେମାନଙ୍କର ପରିପୋଷଣ, ବିକାଶ ଏବଂ ସେମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ-ପରଫରମାନ୍ସ କେନ୍ଦ୍ର, ଓଡ଼ିଶା ଏବଂ ରିଲାଏନ୍ସ ଫାଉଣ୍ଡେସନ ଡାକ୍ତରଖାନା ମାଧ୍ୟମରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା ଦିଗରେ କାର୍ଯ୍ୟ କରିବ। ସେହିଭଳି ରିଲାଏନ୍ସ ଫାଉଣ୍ଡେସନ ପରି ବ୍ୟବସ୍ଥାକୁ ଉପଯୋଗ କରି ବିଶ୍ୱଶ୍ରେଣୀର ପ୍ରଶିକ୍ଷଣ ଏବଂ କ୍ରୀଡା ବିଜ୍ଞାନ ଓ ଔଷଧ ସହାୟତା ମଧ୍ୟ ଯୋଗାଇଦେବ। ଏହି ସହଭାଗିତା ବାଳିକା ଆଥଲେଟଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବ। ଲିଙ୍ଗଗତ ତାରତମ୍ୟ ଦୂର କରିବା ଏବଂ ସେମାନଙ୍କୁ ସେମାନଙ୍କ ସ୍ୱପ୍ନ ସାକାର କରିବା ଦିଗରେ ସମର୍ଥ କରାଇବ।

ଏଏଫଆଇର ପ୍ରମୁଖ ସହଭାଗୀ ଭାବରେ ରିଲାଏନ୍ସ ବ୍ରାଣ୍ଡ୍ ସମସ୍ତ ଜାତୀୟ ଟିମ୍‌ର ଜର୍ସି ଓ ତାଲିମ କିଟ୍‌ଗୁଡିକରେ ପ୍ରମୁଖ ଜାତୀୟ, ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ତାଲିମ ଶିବିରଗୁଡିକରେ ପ୍ରଦର୍ଶିତ ହେବ। ୨୦୧୭ରୁ ରିଲାଏନ୍ସ ଫାଉଣ୍ଡେସନ ତାହାର ରିଲାଏନ୍ସ ଫାଉଣ୍ଡେସନ ଯୁବ କ୍ରୀଡା କାର୍ଯ୍ୟକ୍ରମ ଜରିଆରେ ଆଥଲେଟିକ୍ସର ବିକାଶ କ୍ଷେତ୍ରରେ ନିବେଶ କରିଆସୁଛି ଏବଂ ଏହା ଦେଶର ୫୦ରୁ ଅଧିକ ଜିଲ୍ଲାରେ ୫୫୦୦ ଶିକ୍ଷାନୁଷ୍ଠାନରେ ପହଁଚିପାରିଛି। ୨୦୧୮ରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ସରକାରଙ୍କ ସହିତ ସହଭାଗିତାରେ ଏକ ହାଇ ପରଫରମାନ୍ସ ସେଂଟର ‘ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚପିସି’ ସ୍ଥାପନ କରାଯାଇଛି, ଯେଉଁଠାରୁ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପଦକ ବିଜେତା ଏବଂ ଜାତୀୟ ରେକର୍ଡଧାରୀ ପ୍ରସ୍ତୁତ ହୋଇଛନ୍ତି। ନିକଟରେ ଏଚ୍‌ପିସିରୁ ଜ୍ୟୋତି ୟାରାଜୀ (୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା) ଏବଂ ଅମ୍ଳାନ ବୋରଗୋହେନ୍ ଦୀର୍ଘକାଳରୁ ରହିଆସିଥିବା ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି। ଶ୍ରୀମତୀ ନିତା ଏମ୍ ଅମ୍ବାନି ଭାରତର ଅଲିମ୍ପିକ ଅଭିଯାନର ନେତୃତ୍ୱ ନେଉଛନ୍ତି ଏବଂ ଭାରତର ପରବର୍ତୀ ପିଢି ପାଇଁ କ୍ରୀଡା ସୁବିଧା ସୁଯୋଗ ଯୋଗାଇଦେବାକୁ ପ୍ରତିବଦ୍ଧ ରହିଛନ୍ତି।

ସମ୍ବନ୍ଧିତ ଖବର