ରିଲାଏନ୍ସ ଫାଉେଣ୍ଡସେନ୍‌ ଜାତୀୟ କ୍ରୀଡ଼ା ନମିତାଙ୍କୁ କାଂସ୍ୟ

ଭୁବନେଶ୍ବର: ମୁମ୍ବାଇରେ ଚାଲିଥିବା ରିଲାଏନ୍ସ ଫାଉଣ୍ଡେସନ୍‌ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଆ ଝିଅ ନମିତା ପ୍ରଧାନ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ମହିଳା ବିଭାଗ ୮୦୦ ମିଟର ଦୌଡ଼ରେ ଜଣେ ପ୍ରତିଯୋଗୀଙ୍କ ପ୍ରତିବଂଧକର ସମ୍ମୁଖୀନ‌ ହେବାରୁ ନମିତା ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ। ଏଥିପାଇଁ ସେ ୨ ମିନିଟ୍‌ ୨୨.୩୨ ସେକେଣ୍ଡ୍ ସମୟ ନେଇଥିଲେ। ଖୋର୍ଧା ଜିଲ୍ଲା ଜଟଣୀର ମୂଳ ଅଧିବାସୀ ନମିତା ଏବେ ବରଗଡ଼ଠାରେ ଦୂତି ଚାନ୍ଦଙ୍କ ଅନ୍ୟତମ ପ୍ରଶିକ୍ଷକ ଭାବେ ପରିଚିତ ଶିବ ମିଶ୍ରଙ୍କ ତତ୍ବାବଧାନରେ ତାଲିମ ନେଉଛନ୍ତି।

ସମ୍ବନ୍ଧିତ ଖବର