ରିଲାଏନ୍ସ ଫାଉଣ୍ଡେସନ୍‌ ଫୁଟ୍‌ବଲ୍‌, କିସ୍‌ ପୋଛିନେଲା ସବୁ ଟ୍ରଫି

ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ରିଲାଏନ୍ସ ଫାଉଣ୍ଡେସନ୍‌ ଯୁବ ଫୁଟ୍‌ବଲ୍ ପ୍ରତିଯୋଗିତାରେ କିସ୍‌କୁ ଅପୂର୍ବ ସଫଳତା ମିଳିଛି। ସମସ୍ତ ୫ ବର୍ଗରେ ବିଜେତା ଟ୍ରଫି ଜିତିଛି କିସ୍‌ ବାଳକ ଓ ବାଳିକା ଦଳ। ସପ୍ତମ-ଅଷ୍ଟମ ଶ୍ରେଣୀ ବର୍ଗ ଫାଇନାଲରେ କିସ୍‌ ୪-୦ରେ ରାଉରକେଲାକୁ, ନବମ-ଦଶମ ଶ୍ରେଣୀ ବର୍ଗ ଫାଇନାଲରେ କିସ୍‌ ୭-୦ରେ ରାଉରକେଲାକୁ, ଏକାଦଶ-ଦ୍ବାଦଶ ଶ୍ରେଣୀ ବର୍ଗ ଫାଇନାଲରେ କିସ୍‌ ୩-୦ରେ କଟକକୁ, ଅନ୍ତଃମହାବିଦ୍ୟାଳୟରେ କିସ୍‌ ଟାଇବ୍ରେକରରେ ଖୋର୍ଧାର ପିଏନ୍ କଲେଜକୁ ପରାସ୍ତ କରିଥିଲା। ମହିଳା ବିଭାଗ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ବର୍ଗ ଫାଇନାଲରେ କିସ୍‌ ୧୧-୧ରେ କ୍ୟାପିଟାଲ୍‌ ହାଇସ୍କୁଲକୁ ପରାସ୍ତ କରିଥିଲା। ଖେଳାଳିମାନଙ୍କୁ କିଟ୍‌ ଓ କିସ୍ କ୍ରୀଡ଼ା ଅଧିକାରୀ ରଶ୍ମିତା ମହାନ୍ତି, ରୁଦ୍ରକେଶ ଜେନା, ପ୍ରଶିକ୍ଷକ ରେଶ୍ମା ବେଗମ୍ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର