ବୋର୍ଡ ସଭାପତି ଦଳରେ ରୀମାଲକ୍ଷ୍ମୀ

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍ ପାଇଁ ଆଉ ଏକ ଖୁସି ଖବର। ପୁରୁଷ ପରେ ଏବେ ମହିଳା ଖେଳାଳି ବି ବୋର୍ଡ ସଭାପତି ଦଳରେ ସ୍ଥାନ ପାଇଛନ୍ତି। ଗତ ସପ୍ତାହରେ ରାଜେଶ ମହାନ୍ତି ବୋର୍ଡ ସଭାପତି ଏକାଦଶ ପକ୍ଷରୁ ଇଂଲଣ୍ଡ ଲାୟନ୍ସ ବିପକ୍ଷ ମ୍ୟାଚ୍‌ରେ ଖେଳିଥିଲେ। ଶନିବାର ଘୋଷିତ ବୋର୍ଡ ସଭାପତି ଏକାଦଶ ମହିଳା ଦଳରେ ଓଡ଼ିଶା ଅଲରାଉଣ୍ଡର୍ ରୀମାଲକ୍ଷ୍ମୀ ଏକ୍କାକୁ ସୁଯୋଗ ମିଳିଛି। ମୁମ୍ବାଇରେ ଫେବ୍ରୁଆରି ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପୂର୍ବରୁ ବୋର୍ଡ ସଭାପତି ଏକାଦଶ ଦଳ ୧୮ ତାରିଖରେ ଏକ ୱାର୍ମଅପ୍ ମ୍ୟାଚ୍‌ ଖେଳିବ। ସମ୍ପ୍ରତି ନ୍ୟୁଜିଲାଣ୍ଡ୍ ଗସ୍ତରେ ଥିବା ମିତାଲି ରାଜଙ୍କ ଦିନିକିଆ ଦଳକୁ ମଧ୍ୟ ଅପରିବର୍ତିତ ରଖାଯାଇଛି। ଆଇସିସି ପ୍ରତିଯୋଗିତା ଅନ୍ତର୍ଗତ ୩ ମ୍ୟାଚ୍ ଦିନିକିଆ ଶୃଙ୍ଖଳା ଖେଳିବାକୁ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସୁଛି। ସମସ୍ତ ୩ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେରେ ଖେଳାଯିବ। ଓଡ଼ିଆ ଝିଅ ରୀମାଲକ୍ଷ୍ମୀ ଦ୍ବିତୀୟ ଥର ପାଇଁ ବୋର୍ଡ ସଭାପତି ଏକାଦଶ ଦଳରେ ସ୍ଥାନ ପାଇଛନ୍ତି। ଗତବର୍ଷ ସେ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ମ୍ୟାଚ୍ ଲାଗି ଦଳରେ ସ୍ଥାନ ପାଇଥିଲେ। ଚୂଡାନ୍ତ ଦଳରେ ଖେଳିବା ସୁଯୋଗ ପାଇଲେ ଭଲ ପ୍ରଦର୍ଶନ ଦେବାକୁ‌ ଚେଷ୍ଟା କରିବି ବ‌ୋଲି କହିଛନ୍ତି ରୀମାଲକ୍ଷ୍ମୀ।

ଭାରତ ଦିନିକିଆ ଦଳ: ମିତାଲି ରାଜ (ଅଧିନାୟିକା), ଝୁଲନ ଗୋସ୍ବାମୀ, ସ୍ମୃତି ମନ୍ଧାନା, ଜେମିମା ରଡ୍ରିଗ୍ବେଜ, ହରମନପ୍ରୀତ୍ କୌର୍‌, ଦୀପ୍ତି ଶର୍ମା, ତାନିଆ ଭାଟିଆ (ୱିକେଟରକ୍ଷକ), ଆର୍ କଳ୍ପନା (ୱିକେଟରକ୍ଷକ), ମୋନା ମେଶ୍ରାମ, ଏକତା ବିଷ୍ଟ୍‌, ରାଜେଶ୍ବରୀ ଗାଏକ୍ବାଡ, ପୁନମ ଯାଦବ, ଶିଖା ପାଣ୍ଡେ, ମାନସୀ ଯୋଶୀ, ପୁନମ ରାଉତ।

ବୋର୍ଡ ସଭାପତି ଏକାଦଶ: ସ୍ମୃତି ମନ୍ଧାନା (ଅଧିନାୟିକା), ଭେଦା କୃଷ୍ଣମୂର୍ତି, ଦେବୀକା ବୈଦ୍ୟ, ଏସ୍‌ ମେଘନା, ଭାରତୀ ଫୁଲମଲି, କୋମଲ ଜନଜାଦ, ଆର୍ କଳ୍ପନା, ପ୍ରିୟା ପୁନିଆ, ହର୍ଲିନ ଦେଓଲ, ରୀମାଲକ୍ଷ୍ମୀ ଏକ୍କା, ମନାଲି ଦକ୍ଷିଣୀ, ମିନୁ ମଣି, ତନୁଜା କଓଁର।

ସମ୍ବନ୍ଧିତ ଖବର