ରିକର୍ଭ ଅଲିମ୍ପିକ ରାଉଣ୍ତରେ ପ୍ରବୀଣ, ଅଙ୍କିତା ବିଜେତା

ଜାତୀୟ ତୀରନ୍ଦାଜୀ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାର ରିକର୍ଭ ରାଉଣ୍ତ ସୋମବାର ଶେଷ ହୋଇଛି। ରିକର୍ଭ ଅଲିମ୍ପିକ୍‌ ରାଉଣ୍ତର ମହିଳା ବିଭାଗରେ ଝାଡ଼ଖଣ୍ତର ଅଙ୍କିକା ଭକତ ୫, ୯* ପଏଣ୍ଟ୍‌ ପାଇ ପ୍ରଥମ ହୋଇଥିଲା ବେଳେ ହରିୟାଣାର ରିଦ୍ଧି ୫, ୯ ପଏଣ୍ଟ୍‌ ସହ ଦ୍ବିତୀୟ ଓ ଆର‌୍‌ଏସ୍‌ପିବିର ଏଲ୍‌.ବମ୍ବାଲିୟା ଦେବୀ ୬ ପଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ପୁରୁଷ ବିଭାଗରେ ଏସ୍‌ଏସ୍‌ସିବିର ପ୍ରବୀଣ ଯାଦବ ୬ ପଏଣ୍ଟ୍‌ ସହ ପ୍ରଥମ, ମହାରାଷ୍ଟ୍ରର ସତ୍ୟମ ପାଟିଲ ୪ ପଏଣ୍ଟ ସହ ଦ୍ବିତୀୟ ଓ ପିଏସ୍‌ପିବିର ଅତାନୁ ଦାସ ୫, ୯* ପଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଦଳଗତ ମହିଳା ବିଭାଗରେ ହରିୟାଣା ୫ ପଏଣ୍ଟ୍‌ ସହ ପ୍ରଥମ, ଝାଡ଼ଖଣ୍ତ (୩ ପଏଣ୍ଟ୍‌) ଦ୍ବିତୀୟ ଓ ଆସାମ (୬ ପଏଣ୍ଟ୍‌) ତୃତୀୟ ସ୍ଥାନରେ ରହିଥିଲା। ଦଳଗତ ପୁରୁଷରେ ଆସାମ ୫ ପଏଣ୍ଟ୍‌ ସହ ପ୍ରଥମ, ଏସ୍‌ଏସ୍‌ସିବି (୩ ପଏଣ୍ଟ୍‌) ଦ୍ବିତୀୟ ଓ ଏଆଇପିଏସ୍‌ସିବି (୫ ପଏଣ୍ଟ୍‌) ତୃତୀୟ ସ୍ଥାନରେ ରହିଥିଲେ। ମିଶ୍ରିତ ଯୁଗଳରେ ହରିୟାଣାର ପ୍ରୀତି ଓ ବସନ୍ତଙ୍କ ଯୋଡ଼ି ୫ ପଏଣ୍ଟ ପାଇ ପ୍ରଥମ ହୋଇଛନ୍ତି। ତାଙ୍କ ପଛକୁ ଝାଡ଼ଖଣ୍ତର ଅଙ୍କିତା ଭକତ ଓ ଗୁରୁଚରଣ ବେସ୍ରାଙ୍କ ଯୋଡ଼ି ୩ ପଏଣ୍ଟ୍‌ ସହ ଦ୍ବିତୀୟ ଏବ˚ ଏଆଇପିଏସ୍‌ସିବିର ସୁମନଦୀପ କୌର ଓ ଚମନ ସି˚ହଙ୍କ ଯୋଡ଼ି ୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ବୁଧବାରଠୁ କମ୍ପାଉଣ୍ତ ରାଉଣ୍ତରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର