ରାଜକୋଟ: ୨୦୧୯-୨୦ ରଣଜୀ ଟ୍ରଫି ବିଜେତା ସୌରାଷ୍ଟ୍ରକୁ ୮ ୱିକେଟ୍ରେ ପରାସ୍ତ କରି ହନୁମା ବିହାରୀଙ୍କ ନେତୃତ୍ବାଧୀନ ଅବଶିଷ୍ଟ ଭାରତ ଚଳିତ ବର୍ଷର ଈରାନୀ କପ୍ ଜିତିନେଇଛି। ବୋଲରମାନେ ସୌରାଷ୍ଟ୍ର ଦ୍ବିତୀୟ ପାଳିକୁ ୩୮୦ ରନ୍ରେ ରୋକିଦେବା ପରେ ଏହି ୫ ଦିନିଆ ମ୍ୟାଚ୍ର ଚତୁର୍ଥ ଦିବସରେ ହିଁ ଅବଶିଷ୍ଟ ଭାରତ ୨ ୱିକେଟ୍ ବିନିମୟରେ ୧୦୫ ରନ୍ କରି ବିଜେତା ଆଖ୍ୟା ଅର୍ଜନ କରିଥିଲା। ମୁକେଶ କୁମାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ପ୍ରଥମ ପାଳିରେ ମାତ୍ର ୯୮ ରନ୍ରେ ସମସ୍ତ ୱିକେଟ୍ ହରାଇଥିବା ଜୟଦେବ ଉନାଦ୍କଟ୍ଙ୍କ ସୌରାଷ୍ଟ୍ର ଦ୍ବିତୀୟ ପାଳିରେ ଭଲ ବ୍ୟାଟିଂ କରି ୩୮୦ ରନ୍ କରିଥିଲା। ଫଳରେ ପ୍ରଥମ ପାଳିରେ ୩୭୪ ରନ୍ କରିଥିବା ଅବଶିଷ୍ଟ ଭାରତ ସମ୍ମୁଖରେ ୧୦୫ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା। ଯାହାକୁ କି ଦଳ ପ୍ରିୟଙ୍କ ପାଞ୍ଚଲ (୨) ଓ ୟାଶ୍ ଧୂଲ୍ (୮)ଙ୍କ ୱିକେଟ୍ ହରାଇ ୩୧.୨ ଓଭରରେ ହାସଲ କରିନେଇଥିଲା। ଉନାଦ୍କଟ୍ ୨ଟିଯାକ ୱିକେଟ୍ ଅକ୍ତିଆର କରିଥିଲେ ମଧ୍ୟ ଅଭିମନ୍ୟୁ ଈଶ୍ବରନ୍ (୬୩*) ଓ ଶ୍ରୀକର ଭରତ (୨୭*) ଅବିଭାଜିତ ତୃତୀୟ ୱିକେଟ୍ରେ ୮୧ ରନ୍ ଯୋଡ଼ି ଅବଶିଷ୍ଟ ଭାରତକୁ ବିଜେତା କରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/fh654fh654f6f5h4hf65.jpg)