ରାଜକୋଟ: ଅବଶିଷ୍ଟ ଭାରତ ଈରାନୀ କପ୍‌ ବିଜେତା ହୋଇଛି। ବିସିସିଆଇର ୨୦୨୩-୨୪ ଘରୋଇ କ୍ରିକେଟ୍ ଋତୁର ଏହି ପ୍ରଥମ ପ୍ରତିଯୋଗିତାରେ ଅବଶିଷ୍ଟ ଭାରତ ୧୭୫ ରନ୍‌ରେ ରଣଜୀ ବିଜେତା ସୌରାଷ୍ଟ୍ରକୁ ପରାସ୍ତ କରିଛି। ପ୍ରଥମ ପାଳିରେ ଅବଶିଷ୍ଟ ଭାରତ ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ବଳରେ ୩୦୮ ରନ୍‌ କରିଥିଲା। ଜବାବରେ ସୌରାଷ୍ଟ୍ର ୨୧୪ ରନ୍‌ କରିବାରୁ ୯୪ ରନ୍‌ରେ ପ୍ରଥମ ପାଳି ପଛୁଆ ରହିଥିଲା। ଦ୍ବିତୀୟ ପାଳିରେ ଅବଶିଷ୍ଟ ଭାରତ ୧୬୦ ରନ୍‌ କରି ଅଲ୍‌ଆଉଟ୍‌ ହେବାରୁ ସୌରାଷ୍ଟ୍ର ସମ୍ମୁଖରେ ୨୫୫ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଏହାକୁ ପିଛା କରିବାକୁ ଯାଇ ସୌରାଷ୍ଟ୍ର ମାତ୍ର ୭୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ‌ତୃତୀୟ ଦିନ ୨୧ ୱିକେଟ୍‌ର ପତନ ଘଟିଥିଲା। ଦୁଇ ପାଳିରେ ୧୦ ୱିକେଟ୍‌ (୪/୬୫, ୬/୪୩) ଏବଂ ୪୬ ରନ୍‌ (୩୯, ୭) କରିଥିବା ସୌରଭ କୁମାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Advertisment

ସଂକ୍ଷିପ୍ତ ସ୍କୋର୍‌: ଅବଶିଷ୍ଟ ଭାରତ ପ୍ରଥମ ପାଳି ୩୦୮ (ସାଇ ସୁଦର୍ଶନ-୭୨, ସୌରଭ କୁମାର-୩୯, ପାର୍ଥ ଭୂତ-୫/୯୪, ଧର୍ମେନ୍ଦ୍ରସିଂହ ଜାଦେଜା-୩/୯୦)। ସୌରାଷ୍ଟ୍ର ପ୍ରଥମ ପାଳି ୨୧୪ (ଅର୍ପିତ ଭାସାଭଦା-୫୪, ସୌରଭ କୁମାର-୪/୬୫, ବିଦ୍ବତ କାଭେରାପ୍ପା-୩/୨୮)। ଅବଶିଷ୍ଟ ଭାରତ ଦ୍ବିତୀୟ ପାଳି ୧୬୦ (ମୟଙ୍କ ଅଗ୍ରୱାଲ-୪୯, ସାଇ ସୁଦର୍ଶନ-୪୩, ପାର୍ଥ ଭୂତ-୭/୫୩, ଧର୍ମେନ୍ଦ୍ରସିନ ଜାଦେଜା-୩/୬୫)। ସୌରାଷ୍ଟ୍ର ଦ୍ବିତୀୟ ପାଳି ୭୯ (ଧର୍ମେନ୍ଦ୍ରସିଂହ ଜାଦେଜା-୨୧, ସୌରଭ କୁମାର-୬/୪୩, ସାମ୍ସ ମୁଲାନି-୩/୨୨)।