ସିଡ୍ନି: ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ମହିଳା କ୍ରିକେଟର୍ ତଥା ଉପଅଧିନାୟିକା ଆଲେକ୍ସ ବ୍ଲାକ୍େଓ୍ଵଲ୍ ସୋମବାର ଅନ୍ତର୍ଜାତୀୟ ସହ ରାଜ୍ୟ କ୍ରିକେଟ୍ରୁ ଅବସର ନେଇଛନ୍ତି। ୨୦୦୩ ମସିହାରେ ଇଂଲଣ୍ଡ ବିପକ୍ଷରେ ଦିନିକଆ ପ୍ରଦାର୍ପଣ କରିଥିବା ୩୪ ବର୍ଷୀୟା ବ୍ଲାକ୍େଓ୍ଵଲ ୨୫୧ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଗୌରବ ହାସଲ କରିଛନ୍ତି। ସେ ଚତୁର୍ଥ ଅଷ୍ଟ୍ରେଲୀୟ ମହିଳା ବ୍ୟାଟର୍ ଭାବେ ୫୦୦୦ ଟେଷ୍ଟ୍ ରନ୍ କରବା ସହ ଟେ୍ଵଣ୍ଟି-୨୦ ଓ ଦିନିକିଆରେ ୫୨୫୦ ରନ୍ କରିଛନ୍ତି। ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୧୦ ଟେ୍ଵଣ୍ଟି-୨୦ ବିଶ୍ୱକପ୍ ବିଜେତା ହୋଇଥିଲା ବେଳେ ୨୦୧୨ ଓ ୨୦୧୪ ଟେ୍ଵଣ୍ଟି-୨୦ ବିଶ୍ୱକପ୍ ଏବଂ ୨୦୦୫ ଓ ୨୦୧୩ ବିଶ୍ୱକପ୍ ବିଜୟୀ ଅଷ୍ଟ୍ରେଲିଆ ଦଳର ସେ ସଦସ୍ୟ ଥିଲେ। ତେବେ ବ୍ଲାକ୍େଓ୍ଵଲ୍ ସିଡ୍ନି ଥଣ୍ଡର ପକ୍ଷରୁ ମହିଳା ବିଗ୍ ବାସ୍ ଲିଗ୍ରେ ଖେଳଜାରି ରଖିବେ ବୋଲି ସୂଚନା ଦେଇଛନ୍ତି।
ଅବସର ନେଲେ ବ୍ଲାକ୍େଓ୍ଵଲ
/sambad/media/post_attachments/wp-content/uploads/2018/02/well.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)