ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ଭାରତ ସରକାର ଦେଶବ୍ୟାପୀ ୧୦୦୦ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋଲିବେ ଏବଂ ଏଥିରେ ଅବସରପ୍ରାପ୍ତ କ୍ରୀଡ଼ାବିତ୍ମାନେ ନିଯୁକ୍ତ ହେବେ। ଦେଶରେ କ୍ରୀଡ଼ା ସଂସ୍କୃତିକୁ ଆଗକୁ ନେବା ଦିଗରେ ଏହା ସହାୟକ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଫିକି ପକ୍ଷରୁ ଆୟୋଜିତ ଟର୍ଫ ୨୦୨୦ର ଦଶମ ଗ୍ଲୋବାଲ୍ ସ୍ପୋର୍ଟସ ସମ୍ମିଳନୀରେ ଯୋଗଦେବା ଅବସରରେ ରିଜିଜୁ ଏହି ଘୋଷଣା କରିଛନ୍ତି। ଯୋଗ୍ୟ କ୍ରୀଡ଼ାବିତ୍ମାନଙ୍କୁ ନିରଂତର ଭାବେ ସେମାନଙ୍କ ପରୁସ୍କାର ଅର୍ଥ, ଆର୍ଥିକ ସହାୟତା କିଭଳି ପହଞ୍ଚିବ ସେ ଦିଗରେ ସରକାର ଯତ୍ନବାନ ଅଛନ୍ତି। ନାଗରିକମାନଙ୍କୁ କ୍ରୀଡ଼ା ଓ ଫିଟନେସ୍ ଅନୁରାଗି କରିବା ଉପରେ ଗୁରୁତ୍ବ ଅରୋପ କରାଯାଉଛି ବୋଲି ମନ୍ତ୍ରୀ ରିଜିଜୁ ପ୍ରକାଶ କରିଥିଲେ। ଦେଶରେ କ୍ରୀଡ଼ା ପ୍ରେମୀ ସମାଜ ଗଠନ ଦିଗରେ ସେ କର୍ପୋରେଟ୍ମାନେ ମିଳିତ ଭାବେ ଆଗେଇ ଆସିବାକୁ ଆହ୍ବାନ କରିଥିଲେ। ସରକାରଙ୍କ ସମର୍ଥନରେ ହେଳା ନାହିଁ, କିନ୍ତୁ ଆମେ ଏକ କ୍ରୀଡ଼ା ଦେଶ ହୋଇନଥିବାରୁ ଏହା ଯଥେଷ୍ଟ ହେଉନାହିଁ। ଲୋକଙ୍କ ସମ୍ପୃକ୍ତି ହିଁ ଦେଶରେ କ୍ରୀଡ଼ାରୁ ଅଧିକ ସଫଳତା ଦେଇପାରିବ ବୋଲି ରିଜିଜୁ ପ୍ରକାଶ କରିଥିଲେ।
୧୦୦୦ ଖେଲୋ ଇଣ୍ଡିଆ କେନ୍ଦ୍ରରେ ନିଯୁକ୍ତ ହେବେ ଅବସରପ୍ରାପ୍ତ କ୍ରୀଡ଼ାବିତ୍
/sambad/media/post_attachments/wp-content/uploads/2020/01/khelo-india.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)