ପ୍ରେଗ୍: ଚେକ୍ ରିପବ୍ଲିକ୍ର ପ୍ରତିଷ୍ଠିତ ଟେନିସ୍ ଖେଳାଳି ବାର୍ବୋରା ଷ୍ଟ୍ରାଇକୋଭା ଗର୍ଭବତୀ ହେବା ପରେ ମଙ୍ଗଳବାର ଟେନିସ୍ ଦୁନିଆରୁ ଅବସର ନେଇଛନ୍ତି। ନିଜ ପ୍ରଥମ ସନ୍ତାନକୁ ଜନ୍ମଦେବା ପରେ ଷ୍ଟ୍ରାଇକୋଭା କିନ୍ତୁ ଶେଷ ମ୍ୟାଚ୍ ଖେଳିବେ ବୋଲି ଆଶା ରଖିଛନ୍ତି। ୩୫ ବର୍ଷୀୟା ଷ୍ଟ୍ରାଇକୋଭା ଏବେ ଡବ୍ଲୁଟିଏ ମାନ୍ୟତାର ଯୁଗଳରେ ୨ ନମ୍ବର ଏବଂ ଏକକରେ ୫୨ତମ ସ୍ଥାନରେ ରହିଛନ୍ତି। ୨୦୧୯ରେ ଷ୍ଟ୍ରାଇକୋଭା ସିଏ ସ୍ୟୁ ଉଙ୍କୁ ସାଥୀ କରି ୱିମ୍ବଲଡନ୍ ଯୁଗଳ ଟ୍ରଫି ଜିତିଥିଲେ। ସେହିବର୍ଷ ମଧ୍ୟ ସେ ନିଜର ଶ୍ରେଷ୍ଠ ଗ୍ରାଣ୍ଡ୍ ସ୍ଲାମ୍ ଏକକ ବର୍ଗ ସଫଳତା ଭାବେ ସେମିଫାଇନାଲ୍ ଉଠିଥିଲେ। ମା’ ହେବା ପରେ ମୁଁ ମୋ ଶେଷ ମ୍ୟାଚ୍ ଜଣେ ଦର୍ଶକ ସହ ଖେଳିବାକୁ ଆଶା ରଖିଛି ବୋଲି ଷ୍ଟ୍ରାଇକୋଭା ପ୍ରକାଶ କରିଛନ୍ତି। ପ୍ରଶଂସକଙ୍କଠାରୁ ବିଦାୟ ନେଉଛି ଏବଂ ୨୦୨୨ରେ ମୁଁ ଅଲ୍ ଇଂଲଣ୍ଡ କ୍ଲବ୍କୁ ବିଦାୟକାଳୀନ ଗସ୍ତ କରିବି ବୋଲି ପ୍ରକାଶ କରିଛନ୍ତି।
ୱିମ୍ବଲଡନ୍ ଏକକ ଟ୍ରଫି ଜିତି ନ ପାରିବାର ଅବସୋସ ରହିଗଲା ବୋଲି ମଧ୍ୟ ସେ କହିଥିଲେ। ଡବୁଲ୍ୟଟିଏ ସର୍କିଟରେ ଷ୍ଟ୍ରାଇକୋଭା ୨ଟି ଏକକ ଟ୍ରଫି ଏବଂ ୩୧ ଯୁଗଳ ଟ୍ରଫି ଜିତିଥିଲେ। ଏକକରେ ନିଜ ଜୀବନର ଶ୍ରେଷ୍ଠ ମାନ୍ୟତା ଭାବେ ୧୬ତମ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ଲୁସି ସାଫାରୋଭାଙ୍କୁ ସାଥୀ କରି ମହିଳା ଯୁଗଳରେ କାଂସ୍ୟ ପଦକ ଜିତିଥିଲେ। ‘‘ମୁଁ ଖେଳ ଜୀବନରେ ସର୍ବଦା ଶ୍ରେଷ୍ଠତ୍ବ ଦେବାକୁ ଚେଷ୍ଟା କରିଛି ଏବଂ କେବେ ବି ପଛଘୁଞ୍ଚା ଦେଇନାହିଁ’’ ବୋଲି ମାର୍ଚ୍ଚରେ ଗର୍ଭବତୀ ହୋଇଥିବା ଷ୍ଟ୍ରାଇକୋଭା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/4g56j465dg4j56dgjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjj.jpg)