ସାଫ୍‌ ରୌପ୍ୟ ବିଜୟିନୀ ଫେରିଲେ

ଭୁବନେଶ୍ୱର: ପ୍ରଥମ ଥର ଲାଗି ଆୟୋଜିତ ୧୫ ବର୍ଷରୁ କମ୍‌ ସାଫ୍‌ ବାଳିକା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଉପବିଜେତା ଭାରତୀୟ ଦଳର ୪ ଓଡ଼ିଆ ଝିଅ ମଙ୍ଗଳବାର ଭୁବନେଶ୍ୱର ଫେରିଛନ୍ତି। ଜାତୀୟ ଦଳରୁ ପ୍ରତିନିଧିତ୍ୱ କରିଥିବା ୪ ଓଡ଼ିଆ ଝିଅ ବନ୍ୟା କବିରାଜ, ନିକିତା ବିଶି, ସସ୍ମିତା ତନ୍ତୀ ଓ ସରିତା ସୋରେଙ୍ଗ୍‌ ମଙ୍ଗଳବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଫାଓ (ଫୁଟ୍‌ବଲ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା) ତରଫରୁ ମହିଳା ଫୁଟ୍‌ବଲ୍‌ ପ୍ରଶିକ୍ଷିକା ଗୀତାଞ୍ଜଳୀ ଖୁଣ୍ଟିଆ ଓ ସରିତା ଜୟନ୍ତୀ ବେହେରା ସମ୍ବର୍ଧିତ କରିଥିଲେ।

ସମ୍ବନ୍ଧିତ ଖବର