ଭୁବନେଶ୍ବର : ଚଳିତ ମାସ ୨୨ରୁ ମାର୍ଚ ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା। ଏହି ପ୍ରତିଯୋଗିତାର ସଫଳ ଆୟୋଜନ ଲାଗି ବୁଧବାର କ୍ରୀଡ଼ା ଓ ଯୁବ‌ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁ‌ଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ଆୟୋଜନ ଲାଗି କ’ଣ ‌ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ବେ‌ହେରା ତଦାରାଖ କରିଥିଲେ। ଖେଳାଳିମାନେ ଆସିବାଠାରୁ ଯିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାର ସୁପରିଚାଳନା ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ୧୭୭ ବିଶ୍ବବିଦ୍ୟାଳୟ ନାମାଙ୍କନ କରିଥିଲା ବେଳେ ୩୦୦୦ ପାଖାପାଖି ଖେଳାଳି ଓ ଅଧିକାରୀ ଅଂଶଗ୍ରହଣ କରିବାର ସମ୍ଭବନା ରହିଛି। ସମସ୍ତ ଖେଳାଳି ଓ ଅଧିକାରୀଙ୍କ ପାଇଁ କିଟ୍‌ରେ ରହିବାର ବ୍ୟବସ୍ଥା କରାଯାଇଛି। ୧୭ଟି ଇଭେଣ୍ଟ୍‌ରୁ ୨ଟି କଟକରେ ଏବଂ ଅନ୍ୟଗୁଡ଼ିକ କଳିଙ୍ଗ ଷ୍ଟାଡିୟମ‌, କିଟ୍‌ ଓ ସାଇ ଇଣ୍ଟରନ୍ୟାସ୍‌ନାଲ୍‌ଠାରେ ଖେଳାଯିବ। ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ୨୧ ତାରିଖରେ କଟକର ଜବାହରଲାଲ ନେହରୁ ‌ଷ୍ଟାଡିୟମରେ ଅନୁଷ୍ଠିତ ହେବ।