କୋଲକାତା: ଭାରତୀୟ କ୍ରିକେଟରଙ୍କୁ ଇଂଲଣ୍ଡକୁ ହରାଇବାର ପୁରସ୍କାର ମିଳିଛି। ଆଇସିସି ରାଙ୍କିଙ୍ଗରେ ଟିମ ଇଣ୍ଡିଆର ଯୁବ ଖେଳାଳିଙ୍କ ସ୍ଥାନ ଉପରକୁ ଉଠିଛି। ସବୁଠାରୁ ବଡ଼ ଜମ୍ପ ୱିକେଟ କିପର ଧ୍ରୁବ ଜୁରେଲ କରିଛନ୍ତି। ସେହିପରି ତାଲିକାର ଶୀର୍ଷରେ ଗୋଟିଏ ଦିନ ପୂର୍ବରୁ ପିତା ହୋଇଥିବା ନ୍ୟୁଜିଲ୍ୟାଣ୍ଡର କିନ ୱିଲମସନ ରହିଛନ୍ତି।
ଟିମ ଇଣ୍ଡିଆ ରାଞ୍ଚି ଟେଷ୍ଟରେ ଇଂଲଣ୍ଡକୁ ପରାଜିତ କରି ୫ ଟିକିଆ ଟେଷ୍ଟ ସିରିଜକୁ ଜିତି ନେଇଥିଲା। ଏଥିରେ ଯୁବ ଖେଳାଳି ଧ୍ରୁବଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା।
ମ୍ୟାଚରେ ଯଶସ୍ବୀ ଜୟସ୍ବାଲ, ଶୁଙମାନ ଗିଲ୍ ଏବଂ ଧ୍ରୁବ ଜୁରେଲ ରାଞ୍ଚି ଟେଷ୍ଟରେ ଅର୍ଦ୍ଧଶତକ କରିଥିଲେ। ସେମାନଙ୍କୁ ଏହାର ଫାଇଦା ଆଇସିସି ତାଲିକାରେ ମିଳିଛି।
ମ୍ୟାଚରେ ଯଶସ୍ବୀ ଜୟସ୍ବାଲ, ଶୁଙମାନ ଗିଲ୍ ଏବଂ ଧ୍ରୁବ ଜୁରେଲ ରାଞ୍ଚି ଟେଷ୍ଟରେ ଅର୍ଦ୍ଧଶତକ କରିଥିଲେ। ସେମାନଙ୍କୁ ଏହାର ଫାଇଦା ଆଇସିସି ତାଲିକାରେ ମିଳିଛି।
ଜୁରେଲ ଲଙ୍ଗ୍ ଜମ୍ପ୍ କରି ଧ୍ରୁବ ତାଲିକାରେ ଶ୍ରେଷ୍ଠ ୭୦ରେ ରହିଛନ୍ତି। ସେ ପ୍ରଥମ ପାଳିରେ ୯୦ ଏବଂ ଦ୍ବିତୀୟ ପାଳିରେ ୩୯ ରନ କରିଥିଲେ। ସମ୍ପ୍ରତି ସେ ୩୧ ସ୍ଥାନ ଜମ୍ପ୍ କରି ୬୯ ସ୍ଥାନରେ ପହଞ୍ଚିଛନ୍ତି। ଏବେ ସେ ଶ୍ରେଷ୍ଠ ୫୦ରେ ମଧ୍ୟ ସ୍ଥାନ ପାଇବାର ଆଶା ରହିଛି।
ଏହି ତାଲିକାରେ ଯଶସ୍ବୀ ୩ ସ୍ଥାନ ଆଗକୁ ଆସି ୧୨ରେ ରହିଛନ୍ତି। ସେହିପରି ଶୁଭମାନ ୪ ସ୍ଥାନ ଆଗକୁ ଆସି ୩୧ରେ ଅଛନ୍ତି। ଆଗାମୀ ଟେଷ୍ଟ ପରେ ଯଶସ୍ବୀ ଶ୍ରେଷ୍ଠ ୧୦ରେ ରହିବାର ଆଶା ରହିଛି।