ଜାଦେଜାଙ୍କୁ ପ୍ରଶଂସା କଲେ ରୋଡ୍ସ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକୀୟ ତାରକା ଜଣ୍ଟି ରୋଡସ୍ ସର୍ବକାଳୀନ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ପରିଚିତ। ତାଙ୍କ କ୍ଷେତ୍ରରକ୍ଷଣର ଶୈଳୀ ଯୁବ କ୍ରିକେଟର୍‌ଙ୍କୁ ପ୍ରେରଣା ଦେଇଥାଏ। କିନ୍ତୁ ବିଶ୍ବର ଏହି ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାରତୀୟ ତାରକା ରବୀନ୍ଦ୍ର ଜାଦେଜାଙ୍କୁ ପ୍ରଶଂସା କରିଛନ୍ତି। ମଙ୍ଗଳବାର ଇନ୍‌ଷ୍ଟାଗ୍ରାମ ଚାଟ୍‌ରେ ଭାରତୀୟ କ୍ରିକେଟର୍‌ ସୁରେଶ ରାଇନା ତାଙ୍କୁ ପ୍ରଶ୍ନ କରିଥିଲେ ଯେ ବିଶ୍ବ ଏବଂ ଭାରତରେ ତାଙ୍କର ପ୍ରିୟ କ୍ଷେତ୍ରରକ୍ଷକ କିଏ? ଏହାର ଉତ୍ତରରେ ସେ କହିଥିଲେ ମୁଁ ଏବି ଡି’ଭିଲିୟର୍ସଙ୍କୁ ଦେଖିବାକୁ ଭଲ ପାଏ। ସେ ବ୍ୟାଟିଂ ହେଉ କି କ୍ଷେତ୍ରରକ୍ଷଣ ସବୁଥିରେ ଶ୍ରେଷ୍ଠ। ସେ ଜଣେ ଚିତ୍ତାକର୍ଷକ ବ୍ୟକ୍ତି। ମୁଁ ଭାବୁଛି ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ଟିଲ ଜଣେ ଭଲ କ୍ଷେତ୍ରରକ୍ଷକ। ଏହାପରେ ସେ ଜାଦେଜାଙ୍କୁ ପ୍ରଶଂସା କରିଥିଲେ।

ଏମାନଙ୍କ ପରେ ଜାଡୁ। ସେ ଖରାପ ନୁହଁନ୍ତି। ସମସ୍ତେ ଉପରକୁ ଫିଙ୍ଗିବାକୁ ଚାହାନ୍ତି, କିନ୍ତୁ ସେ ସାଇଡ୍‌ ଆର୍ମରେ ଫିଙ୍ଗନ୍ତି। ତଥାପି ସେ ଏଥିରୁ ବଞ୍ଚିତ ହେବେନି। ସେ ତୁମ (ରାଇନା) ଓ ମୋ’ଠୁ ଟିକେ ଅଲଗା‌ ହେଲେ ମାଇକେଲ୍‌ ବେଭାନଙ୍କ ଭଳି ବୋଲି ରୋଡ୍ସ କହିଥିଲେ। ସେ ପଡ଼ିଆ ଭିତରେ ଭାରି ଦ୍ରୁତ। ପ୍ରକୃତରେ ଆପଣ ତାଙ୍କ ଡାଇଭ୍‌ କିମ୍ବା ସ୍ଲାଇଡ୍ ଦେଖି ନାହାଁନ୍ତି। ସେ ଦ୍ରୁତ ଗତିରେ ବଲ୍‌କୁ ଧରି ନିଅନ୍ତି। ଆମେ ମଇଳା କ୍ଷେତ୍ରରକ୍ଷକ। ପଡ଼ିଆରେ ପଡ଼ିବା, ମଇଳା ହେବା ଏବଂ ଶୀଘ୍ର ଉଠିବା ଆମ କାମ ବୋଲି ରୋଡ୍ସ କହିଛନ୍ତି। ଜାଡୁ କିମ୍ବା ବେଭାନ୍‌ଙ୍କ ଗତି ଅବିଶ୍ୱସନୀୟ। ତୁମେ ସେମାନଙ୍କୁ କ୍ୱଚିତ୍ ଡାଇଭ୍‌ ମାରିବାର ଦେଖିଥିବ। କେବଳ ସୀମା ନିକଟରେ ସେମାନେ ଏଭଳି କରନ୍ତି। ଉଭୟ ଟେଷ୍ଟ୍‌ ଓ ଦିନିକିଆରେ ସେ କିଛି ଚମତ୍କାର କ୍ୟାଚ୍ ନେଇଛନ୍ତି। ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧତା ହେଉଛି ତାଙ୍କର ଚାବିକାଠି। ସେ ବଡ଼ ଖଣ୍ଡା ପାଇଛନ୍ତି ଏବଂ ସାହସୀ ଲୋକ ବୋଲି ରୋଡ୍ସ କହିଛନ୍ତି।

ସମ୍ବନ୍ଧିତ ଖବର