ମୋଞ୍ଜା: ମ୍ୟାକ୍ଲରେନର ଅଷ୍ଟ୍ରେଲିଆ ଚାଳକ ଡାନିଏଲ୍ ରିକାର୍ଡୋ ଏଠାରେ ରବିବାର ଆୟୋଜିତ ୫୩ ଲ୍ୟାପ୍ ବିଶିଷ୍ଟ ଇଟାଲିଆନ୍ ଗ୍ରାଁ ପ୍ରି ବିଜେତା ହୋଇଛନ୍ତି। ୨୦୧୮ ପରେ ରିକାର୍ଡୋଙ୍କ (ରେଡ୍ବୁଲ୍)ର ଏହା ପ୍ରଥମ ଟ୍ରଫି। ରବିବାର ରେସ୍ରେ ରିକାର୍ଡୋଙ୍କ ଦଳୀୟ ସାଥୀ ଲାଣ୍ଡୋ ନୋରିସ ଦ୍ବିତୀୟ ସ୍ଥାନରେ ରହିବାରୁ ମ୍ୟାକ୍ଲରେନ୍କୁ ୧-୨ ସ୍ଥାନ ମିଳିଯାଇଥିଲା। ମର୍ସିଡିଜ୍ର ଭାଲଟ୍ଟେରି ବୋଟ୍ଟାସ ତୃତୀୟ ସ୍ଥାନରେ ରହି ପୋଡିୟମ ଫିନିସ କରିଥିଲେ। ତେବେ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ତଥା ବିଶ୍ବ ବିଜେତା ଦୌଡ଼ରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଥିବା ରେଡ୍ବୁଲ୍ର ମ୍ୟାକ୍ସ ଭର୍ସ୍ତାପେନ ଏବଂ ମର୍ସିଡିଜ୍ର ଲୁଇସ ହାମିଲଟନ୍ ନିଜ ନିଜ ମଧ୍ୟରେ ଧକ୍କାଲାଗି ୨୬ତମ ଲ୍ୟାପ୍ରୁ ବିଦାୟ ନେଇଥିଲେ।
ଇଟାଲିଆନ୍ ଗ୍ରାଁ ପ୍ରି ଜିତିଲେ ରିକାର୍ଡୋ: ଦୁର୍ଘଟଣା ଯୋଗୁଁ ହାମିଲ୍ଟନ୍ ଓ ଭର୍ସ୍ତାପେନ୍ ରେସ୍ ଶେଷ କରିପାରିଲେନି
/sambad/media/post_attachments/wp-content/uploads/2021/09/s5f4h984sfh98f7h98sf4h6sf654hsf65fhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)