ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ବଡ଼ ଖବର ଆସିଛି। ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟ ଗତ କିଛି ବର୍ଷ ଧରି ଦଳର ମୁଖ୍ୟ କୋଚ୍ ଥିବା ରିକି ପଣ୍ଟିଂଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀ କ୍ୟାପିଟାଲ୍ସଠାରୁ ଅଲଗା ହେବାର ନିଷ୍ପତ୍ତିକୁ ଦଳ ଏହାର ଅଫିସିଆଲ ଆକାଉଣ୍ଟରେ ସେୟାର କରିଛି, ଯେଉଁଥିରେ ଦିଲ୍ଲୀ ମ୍ୟାନେଜମେଣ୍ଟ ପଣ୍ଟିଂଙ୍କ ପାଇଁ ଏକ ଲମ୍ବା ପୋଷ୍ଟ କରିଛି। ସମ୍ଭବତଃ ଗତ କିଛି ବର୍ଷ ମଧ୍ୟରେ ଦଳର ପ୍ରଦର୍ଶନ ଏବଂ ଅନ୍ୟାନ୍ୟ କାରଣରୁ ଦିଲ୍ଲୀ ଏହି ନିଷ୍ପତ୍ତି ନେଇଛି। ପଣ୍ଟିଂଙ୍କ ନେତୃତ୍ୱରେ ଗତ ୩ଟି ସଂସ୍କରଣରେ ଦିଲ୍ଲୀ ଦଳ ପ୍ଲେଅଫ୍ ରାଉଣ୍ଡରେ ପ୍ରବେଶ କରିବାରେ ବିଫଳ ହୋଇଥିଲା। ୨୦୨୨ରେ ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଚମ ସ୍ଥାନରେ ଥିବା ବେଳେ ଗତ ଦୁଇ ବର୍ଷ ମଧ୍ୟରେଏହି ଦଳ ଯଥାକ୍ରମେ ନବମ ଓ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି।
ପଣ୍ଟିଂଙ୍କ ପ୍ରଶିକ୍ଷଣରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଥର ପାଇଁ ଭଲ ସମୟ ଦେଖିଥିଲା ଯେତେବେଳେ ସେମାନେ ୨୦୧୯ରେ ୮ଟି ଦଳମଧ୍ୟରୁ ତୃତୀୟ ସ୍ଥାନରେ ରହିଥିଲା ଏବଂ ୨୦୨୦ରେ ଦଳ ମଧ୍ୟ ଉପବିଜେତା ହୋଇଥିଲା। ପରବର୍ଷ ପୁଣି ପ୍ଲେ ଅଫ୍ ରାଉଣ୍ଡରେ ପହଞ୍ଚିଥିଲେ ମଧ୍ୟ ଶତଚେଷ୍ଟା ସତ୍ତ୍ୱେ ପଣ୍ଟିଂ ଦିଲ୍ଲୀକୁ ଚାମ୍ପିୟନ କରିପାରିନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/WhatsApp-Image-2024-07-13-at-21.28.39.jpeg)