ବିଶ୍ୱକପ୍‌ରେ ଧୋନିଙ୍କ ପରେ ଋଷଭ ପନ୍ତ ହେଉଛନ୍ତି ୨ୟ ବିକଳ୍ପ: ରିକି ପଣ୍ଟିଂ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ କହିଛନ୍ତି, ଓ୍ଵିକେଟକିପର ଏବଂ ବ୍ୟାଟସ୍‌ମ୍ୟାନ୍‌ ଋଷଭ ପନ୍ତ ଆଗାମୀ ବିଶ୍ୱକପ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ସବୁଠାରୁ ଭଲ ବିକଳ୍ପ। ଇଂଲଣ୍ଡ ଏବଂ ୱେଲସ୍‌ରେ ଆଗାମୀ ମେ’ମାସ ୩୦ରୁ ବିଶ୍ୱକପ୍‌ ଲାଗି ୧୫ ସଦସ୍ୟ ଭାରତୀୟ ଟିମ ଚୟନ କରାଯିବ। ପଣ୍ଟିଂ କହିଛନ୍ତି, ଯଦି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦିଲ୍ଲୀ କ୍ୟାପିଟାଲସ୍‌ ପାଇଁ ପନ୍ତ ପ୍ରଦର୍ଶନ କରନ୍ତି, ତା’ହେଲେ ଭାରତୀୟ ଟିମ୍‌ରେ ସ୍ଥାନ ସୁରକ୍ଷିତ ରଖି ପାରିବେ।

ସୂଚନାଯୋଗ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ୪ର୍ଥ ଦିନିକିଆରେ ଋଷଭ ପନ୍ତ ପଡ଼ିଆରେ ରହିବା ସମୟରେ ଧୋନି ଧୋନି ଶ୍ଲୋଗାନ ଦେଇଥିଲେ।

ଗଣମାଧ୍ୟମକୁ ରିକି ପଣ୍ଟିଂ କହିଛନ୍ତି, ମୁଁ ବୁଝୁଛି ଯେ, ବାସ୍ତବରେ ମୁଁ ମୋର ଏବଂ ଅନ୍ୟ ପ୍ରଶିକ୍ଷକଙ୍କ ଲାଗି ଏକ ବଡ଼ କାମ ଅଟେ ଯେ, ପନ୍ତଙ୍କ ପାଇଁ ବିଗତ ଦିନରେ ଯାହା ହୋଇଛି, ତାହା ଭୁଲିବାରେ ସହାୟକ ହୁଅନ୍ତୁ। ପଣ୍ଟିଂ କହିଛନ୍ତି, ଯଦି ସେ ଆମ ପାଇଁ ଗୋଟିଏ ୨ଟି ମ୍ୟାଚ ଜିତନ୍ତି, ତା’ହେଲେ ସବୁ କିଛି ଭୁଲିଯିବେ। ମୋ ମତରେ ଭାରତୀୟ ବିଶ୍ୱକପ ଟିମରେ ୨ୟ ଓ୍ଵିକେଟକିପର ଭାବରେ ତାଙ୍କ ଠାରୁ ଆଉ କାହାକୁ ଦେଖାଯାଉ ନାହିଁ।

ସମ୍ବନ୍ଧିତ ଖବର