ଭାରତୀୟ ଓ୍ଵିକେଟ୍ ରକ୍ଷକ ରିଦ୍ଧିମାନ ସାହା ନିଜ ନାଁରେ ଏକ ନିଆରା କୀର୍ତ୍ତିିମାନ ଲିପିବଦ୍ଧ କରି ନେଇଛନ୍ତି। ଓ୍ଵିକେଟ୍ ପଛରେ ଏକ ଟେଷ୍ଟରେ ୧୦ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବାରେ ସେ ଭାରତର ପ୍ରଥମ ହୋଇଛନ୍ତି। ଉଭୟ ପାଳିରେ ସେ ୫-୫ କ୍ୟାଚ୍ ନେଇଥିଲେ। ଏହି କ୍ରମରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପି ଯାଇଥିଲେ। ଧୋନି ୨୦୧୪ରେ ମେଲବର୍ନଠାରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ୯ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ। ଏହା ମଧ୍ୟ ତାଙ୍କର ଶେଷ ଟେଷ୍ଟ ଥିଲା।
ଧୋନିଙ୍କ ପୂର୍ବରୁ ଏହି କୀର୍ତ୍ତିମାନ ନୟନ ମୋଙ୍ଗିଆଙ୍କ ନାଁରେ ଥିଲା। ମୋଙ୍ଗିଆ ଟେଷ୍ଟ କ୍ରିକେଟ୍ରେ ଦୁଇଥର (୧୯୯୬ ଦକ୍ଷିଣ ଆଫ୍ରିକା ବିପକ୍ଷ, ୧୯୯୯ ପାକିସ୍ତାନ ବିପକ୍ଷ) ୮ ଜଣ ଲେଖାଏଁ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ। ଧୋନି ୩ ଥର (୨୦୦୮ ପର୍ଥ ଅଷ୍ଟ୍ରେଲିଆ ବିପକ୍ଷ, ୨୦୧୦ ଢାକା ବାଂଲାଦେଶ ବିପକ୍ଷ, ୨୦୧୧ ମୁମ୍ବାଇ େଓ୍ଵଷ୍ଟଇଣ୍ଡିଜ୍ ବିପକ୍ଷ) ୮ ଜଣ ଲେଖାଏଁ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ତାଙ୍କୁ ଅତିକ୍ରମ କାରିଥିଲେ। ୩୩ ବର୍ଷୀୟ ସାହା ୨୦୧୦ରେ ନାଗପୁରରେ ଟେଷ୍ଟ ଜୀବନ ଆରମ୍ଭ କରିଥିଲେ। ପ୍ରଥମ ଦକ୍ଷିଣ ଆଫ୍ରିକା ଗସ୍ତରେ କେପଟାଉନରେ ତାଙ୍କ ୩୨ତମ ଟେଷ୍ଟ ମ୍ୟାଚ୍ ଖେଳୁଥିଲେ।