ଚାଙ୍ଗ୍ଓ୍ଵନ୍ (କୋରିଆ): ବିଶ୍ୱକୀର୍ତିମାନଧାରୀ ବନ୍ଧୁକ ଚାଳକ ଶାହଜର ରିଭ୍ଜି କୋରିଆର ଚାଙ୍ଗ୍ଓ୍ଵନ୍ରେ ଚାଲିଥିବା ବନ୍ଧୁକ ଚାଳନା ବିଶ୍ୱକପ୍ରେ ଭାରତ ପାଇଁ ପଦକ ଖାତା ଖୋଲିଛନ୍ତି। ମଙ୍ଗଳବାର ସେ ପୁରୁଷ ୧୦ ମିଟର ଏୟାର ପିସ୍ତଲରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିିତିଛନ୍ତି। ଚଳିତ ବିଶ୍ୱକପ୍ରେ ଏହା ଭାରତର ପ୍ରଥମ ପଦକ। ମଙ୍ଗଳବାର ରିଭ୍ଜି ୫୮୨ ପଏଣ୍ଟ୍ ସହ ଷଷ୍ଠ ସ୍ଥାନରେ ଆଠ ଜଣିଆ ଫାଇନାଲ୍ରେ ପ୍ରବେଶ କରିଥିଲେ। ଫାଇନାଲ୍ରେ ସେ ୨୩୯.୮ ପଏଣ୍ଟ୍ ପାଇ ମାତ୍ର ୦.୨ ପଏଣ୍ଟ୍ ପାଇଁ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଥିଲେ। ରୁଷିଆର ଅର୍ତିମ୍ ଚେର୍ନୌସୋଭ (୨୪୦) ସ୍ୱର୍ଣ୍ଣ ଏବଂ ବୁଲଗେରିଆର ସାମୁଇଲ୍ ଡୋଙ୍କଭ (୨୧୭.୧) କାଂସ୍ୟ ପଦକ ଜିତି ଥିଲେ। ଅନ୍ୟଭାରତୀୟଙ୍କ ମଧ୍ୟରେ ଓମ୍ ପ୍ରକାଶ ମିଥାର୍ଭାଲ (୫୮୧) ୧୮ତମ ଏବଂ ଜିତୁ ରାଇ (୫୭୫) ୩୮ତମ ସ୍ଥାନରେ ରହି ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରି ପାରିନଥିଲେ। ରିଭ୍ଜି ମେକ୍ସିକୋର ଗୁଆଡାଲାଜାରାରେ ଗତ ମାସରେ ଶେଷ ହୋଇଥିବା ଚଳିତ ବର୍ଷର ପ୍ରଥମ ବିଶ୍ୱକପ୍ରେ କୀର୍ତିମାନ (୨୪୨.୩) ପ୍ରତିଷ୍ଠା ସହ ସ୍ୱର୍ଣ୍ଣ ପଦକ ହାତେଇଥିଲେ।
ବନ୍ଧୁକ ଚାଳନା ବିଶ୍ୱକପ୍: ରିଭ୍ଜିଙ୍କୁ ରୌପ୍ୟ
/sambad/media/post_attachments/wp-content/uploads/2018/04/1-Shahzar-Rizvi-celebrates-with-his-medal..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)