ସାଙ୍ଘାଇ ରେଡ୍ ବୁଲ୍ ଚାଳକ ଡାନିଏଲ୍ ରିକାର୍ଡୋ ରବିବାର ଚାଇନିଜ୍ ଗ୍ରାଁ ପ୍ରି ଫର୍ମୁଲା ଓ୍ଵାନ୍ ରେସ୍ ଜିତି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଶନିବାର ଅନ୍ତିମ ଅଭ୍ୟାସରେ ଷଷ୍ଠ ସ୍ଥାନ ପାଇଥିବା ଏହି ଅଷ୍ଟ୍ରେଲୀୟ ତାରକା ରବିବାର ପ୍ରଥମ ସ୍ଥାନ ଅକ୍ତିଆର କରି ଗ୍ରାଁ ପ୍ରି ମୁକୁଟ ନିଜ ନାମରେ କରିଥିଲେ। ସାଙ୍ଘାଇରେ ସେ ୧ଘଣ୍ଟା ୩୫ ମିନିଟ୍ ୩୬.୩୮୦ ସେକେଣ୍ଡ୍ ସମୟ ନେଇ ୫୬ ଲାପ୍ ଶେଷ କରିଥିଲେ। ଗତବର୍ଷ ଜୁନ୍ରେ ଆଜରବୈଜାନ୍ ଗ୍ରାଁ ପ୍ରି ଜିତିବା ପରେ ରିକୋର୍ଡୋଙ୍କର ଏହା ପ୍ରଥମ ବିଜୟ। ଏଥି ସହିତ ରିକାର୍ଡୋ ମଧ୍ୟ ସାଂଘାଇରେ ମର୍ସିଡେଜ୍ର ଆଧିପତ୍ୟରେ ରୋକ୍ ଲଗାଇଛନ୍ତି। ମର୍ସିଡେଜ୍ ସାଂଘାଇରେ ଗତ ୬ଟିଯାକ ରେସ୍ ଜିତି ନେଇଥିଲା। ରବିବାର ରିକାର୍ଡୋଙ୍କଠୁ ୮.୮୯୪ ସେକେଣ୍ଡ୍ ଅଧିକ ସମୟ ନେଇ ମର୍ସିଡିଜ୍ ଚାଳକ ଭାଲଟେରି ବୋଟ୍ଟାସ୍ ଦ୍ୱିତୀୟରେ ରହିଥିଲା ବେଳେ ଫେରାରିର କିମି ରାଇକୋନେନ୍ ତୃତୀୟ, ମର୍ସିଡିଜ୍ର ଲୁଇସ୍ ହାମିଲଟନ୍ ଚତୁର୍ଥ ଏବଂ ରେଡ୍ ବୁଲ୍ର ମ୍ୟାକ୍ସ ଭର୍ସ୍ତାପେନ୍ ପଞ୍ଚମ ସ୍ଥାନରେ ରହିଥିଲେ। ଚଳିତ ଫର୍ମୁଲା ଓ୍ଵାନ୍ ଋତୁରେ ଅଷ୍ଟ୍ରେଲିଆନ୍ ଗ୍ରାଁ ପ୍ରି ରୁ ବିଜୟ ଅଭିଯାନ ଆରମ୍ଭ କରିବା ପରେ ଗତ ସପ୍ତାହରେ ବାହାରିନ୍ ଗ୍ରାଁ ପ୍ରି ଜିତି ନେଇଥିବା ଫେରାରି ଚାଳକ ସେବେସ୍ତିଆନ୍ ଭିଟେଲ୍ ନୈରାଶ୍ୟଜନକ ଭାବେ ସାଂଘାଇରେ ଅଷ୍ଟମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ।
ଚାଇନିଜ୍ ଗ୍ରାଁ ପ୍ରି ଜିତିଲେ ରିକାର୍ଡୋ
/sambad/media/post_attachments/wp-content/uploads/2018/04/21-Red-Bulls-Daniel-Ricciardo-celebrates.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)