ରାଇନାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର

ଆମ୍‌ଷ୍ଟରଡାମ: ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନାଙ୍କ ଆଣ୍ଠୁର ଅସ୍ତ୍ରୋପଚାର ଶୁକ୍ରବାର ଆମଷ୍ଟରଡାମଠାରେ ହୋଇଛି। ଗତ ଋତୁରେ ୩୨ ବର୍ଷୀୟ ରାଇନାଙ୍କ ଆଣ୍ଠୁରେ କିଛି ଯନ୍ତ୍ରଣା ଦେଖା ଦେଇଥିଲା। କିଛି ମାସ ହେଲା ଅଧିକ ଯନ୍ତ୍ରଣା ହେବାରୁ ଅସ୍ତ୍ରୋପଚାର ‌କରିବା ଜରୁରୀ ‌ହୋଇଥିଲା। ଅସ୍ତ୍ରୋପଚାର ସଫଳ ହୋଇଛି। ଆଉ ୪-୬ ସପ୍ତାହ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ରାଇନାଙ୍କୁ ଚିକିତ୍ସା କରୁଥିବା ନେଦରଲାଣ୍ଡ ଡାକ୍ତର ଏଚ୍‌ ଭାନ ଡର ହୋଭେନ କହିଛନ୍ତି।

ସମ୍ବନ୍ଧିତ ଖବର