ନୂଆଦିଲ୍ଲୀ: ପୁଅ ବଡ଼ କ୍ରିକେଟର। ହେଲେ ସିଲିଣ୍ଡର ଡେଲିଭର କରୁଛନ୍ତି ବାପା। ଏଠାରେ ଆମେ ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର ରିଙ୍କୁ ସିଂହଙ୍କ କଥା କହୁଛୁ। ଷ୍ଟାର କ୍ରିକେଟର ରିଙ୍କୁ ସିଂଙ୍କ ବାପାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଘରେ ଘରେ ଗ୍ୟାସ ସିଲିଣ୍ଡର ଡେଲିଭର କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ରିଙ୍କୁ ସିଂ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମର ଏକ ଜଣାଶୁଣା ନାମ ପାଲଟିଛନ୍ତି। ପୁଅ ଏତେ ଲୋକପ୍ରିୟ ହେବା ସହ ସଫଳ ହେବା ପରେ ମଧ୍ୟ ତାଙ୍କ ପିତା ତାଙ୍କର ପୁରୁଣା କାମକୁ ଛାଡି ନଥିବା ସାମ୍ନାକୁ ଆସିଛି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ରିଙ୍କୁ ସିଂଙ୍କ ପିତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ରିଙ୍କୁ ସିଂଙ୍କ ପିତା ଏଭଳି କାମ କରି ଲୋକଙ୍କ ହୃଦୟ କିଣିବାରେ ସଫଳ ହୋଇଛନ୍ତି।

କିଛି ମାସ ପୂର୍ବେ, ରିଙ୍କୁ ପ୍ରକାଶ କରିଥିଲେ ଯେ ଆଜି ବି ତାଙ୍କ ବାପା ସିଲିଣ୍ଡର ଡେଲିଭର କାମ କରନ୍ତି। ଆଜି ବି ସେ ପ୍ରତ୍ୟେକ ଘରେ ଏଲପିଜି ଗ୍ୟାସ ସିଲିଣ୍ଡର ଡେଲିଭର କରୁଛନ୍ତି। ରିଙ୍କୁ ତାଙ୍କ ପିତାଙ୍କୁ ବିଶ୍ରାମ ନିଅ ବୋଲି କହି ସାରିଥିଲେ ବି ସେ ନିଜ କାମକୁ ଭଲ ପାଉଥିବାରୁ ଏହା କରିବା ଜାରି ରଖିଥିବା ଜଣାଇଥିଲେ ରିଙ୍କୁ।