ନୂଆଦିଲ୍ଲୀ: ସ୍ଥାନୀୟ ଫିରୋଜ ଶାହା କୋଟଲା ପଡ଼ିଆରେ ରବିବାର ଯୁବ ତାରକା ଋଷଭ ପନ୍ତ୍ ଟେ୍ଵଣ୍ଟି-୨୦ କ୍ରିକେଟ୍ରେ କୀର୍ତିମାନ ସ୍ଥାପନ କରିଛନ୍ତି। ସୟଦ୍ ମୁସ୍ତାକ ଅଲ୍ଲୀ ଟ୍ରଫି ଟେ୍ଵଣ୍ଟି-୨୦ ପ୍ରତିଯୋଗିତାର ହିମାଚଳ ପ୍ରବେଶ ବିପକ୍ଷ ମ୍ୟାଚ୍ରେ ପନ୍ତ୍ ଦମ୍ଦାର ଶତକ ଜମାଇ ଦିଲ୍ଲୀ ଦଳକୁ ୧୦ ଓ୍ଵିକେଟ୍ର ବିଜୟ ଭେଟି ଦେଇଥିଲେ। ହିମାଚଳ ପ୍ରଦେଶର ୧୪୪/୮ ଜବାବରେ ଦିଲ୍ଲୀ ୧୧.୪ ଓଭରରେ କୌଣସି ଓ୍ଵିକେଟ୍ ନହରାଇ ୧୪୮ ରନ୍ କରି ବିଜୟୀ ହୋଇଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର (୩୦ ରନ୍, ୩୩ ବଲ୍, ୪ ଚୌକା) ଏବଂ ପନ୍ତ୍ (୧୧୬ ରନ୍, ୩୮ ବଲ୍, ୮ ଚୌକା ଓ ୧୨ ଛକା) ଦଳକୁ ସହଜ ବିଜୟ ଦେଇଥିଲେ। ପନ୍ତ୍ ମାତ୍ର ୩୨ ବଲ୍ରୁ ଶତକ ପୂରଣ କରି ଟେ୍ଵଣ୍ଟି-୨୦ରେ ଦ୍ୱିତୀୟ ଦ୍ରୁତତମ ଶତକ ହାସଲର କୀର୍ତିମାନ ପାଇଥିଲେ। ଏକ୍ଷେତ୍ରରେ ସେ େଓ୍ଵଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍ (୩୦ ବଲ୍ ଶତକ)ଙ୍କଠୁ ୨ ବଲ୍ ପଛରେ ରହିଯାଇଥିଲେ। ତେବେ ଦ୍ରୁତତମ ଶତକ ଜମାଇବାରେ ଗେଲ୍ଙ୍କ ପଛକୁ ପନ୍ତ୍ ବିଶ୍ୱର ଦ୍ୱିତୀୟ ଖେଳାଳି ହୋଇଥିଲା ବେଳେ ପ୍ରଥମ ଭାରତୀୟ ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି। ମୋଟ ୩୮ ବଲ୍ରୁ ୧୧୬ ରନ୍ କରିଥିବା ପନ୍ତ୍ ତାଙ୍କ ପାଳିରେ ଚୌକା ଓ ଛକାରୁ ୧୦୪ ରନ୍ ଯୋଡ଼ିଥିଲେ। ପନ୍ତ୍ଙ୍କ ପୂର୍ବରୁ ଗେଲ୍ ୨୦୧୩ ଆଇପିଏଲ୍ରେ ପୁନେ ଓ୍ଵାରିୟର୍ସ ବିପକ୍ଷ ମ୍ୟାଚ୍ରେ ୩୦ ବଲ୍ରୁ ଶତକ ଜମାଇବା ଏବେ ବି ଦ୍ରୁତତମ କୀର୍ତିମାନ ଭାବେ ଅତୁଟ ରହିଛି। ପନ୍ତ୍ ମଧ୍ୟ ୨୦୧୬-୧୭ ରଣଜୀ ଋତୁରେ ୪୮ ବଲ୍ରୁ ଶତକ ହାସଲ କରି ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଦ୍ରୁତତମ ଶତକ ଜମାଇବାର କୀର୍ତିମାନ ନିଜ ନାମକୁ ନେଇଯାଇଥିଲେ। ଏକ୍ଷେତ୍ରରେ ସେ ତାମିଲନାଡୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭିବି ଚନ୍ଦ୍ରଶେଖରଙ୍କ ୨୮ ବର୍ଷ ତଳ (୧୯୮୮-୮୯ ଈରାନୀ କପ୍ର ଅବଶିଷ୍ଟ ଭାରତ ବିପକ୍ଷ ମ୍ୟାଚ୍)ର କୀର୍ତିମାନକୁ ଭାଙ୍ଗି ଦେଇଥିଲେ।
ଟେ୍ଵଣ୍ଟି-୨୦ରେ ପନ୍ତ୍ଙ୍କ କୀର୍ତିମାନ
ଦ୍ରୁତତମ ଶତକରେ ବିଶ୍ୱରେ ଦ୍ୱିତୀୟ
/sambad/media/post_attachments/wp-content/uploads/2018/01/1-Rishabh-Pant-thrived-on-leg-side-shots.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)