ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଆଜି ଋଷଭ ପନ୍ତ ୪୦୦୦ ରନ୍ ସଂଗ୍ରହ କରିଥିବା ଦ୍ବିତୀୟ ଭାରତୀୟ ୱିକେଟ୍-ରକ୍ଷକ ମାନ୍ୟତା ହାସଲ କରିଛନ୍ତି। ଆଜି ବାଂଲାଦେଶର ‘ଜହୁର୍ ଅହମଦ୍ ଚୌଧୁରୀ ଷ୍ଟାଡିୟମ୍’ରେ ଚାଲିଥିବା ଭାରତ-ବାଂଲାଦେଶ ଓପେନିଙ୍ଗ୍ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଇନିଙ୍ଗ୍ସ୍ରେ ଋଷଭ ଏହି କୃତ୍ବିତ୍ବ ହାସଲ କରିଛନ୍ତି।
ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ୪୦୦୦ ରନ୍ରୁ ଅଧିକ ସଂଗ୍ରହ କରିଥିବା ଆଉ ଜଣେ ଭାରତୀୟ ଖେଳାଳି ହେଉଛନ୍ତି ୱିକେଟ୍-ରକ୍ଷକ ଏମ୍.ସ୍. ଧୋନୀ। ୫୩୫ଟି ଆନ୍ତର୍ଜାତିକ ମ୍ୟାଚ୍ରେ ଧୋନୀ ୧୫ଟି ଶତକ ଓ ୧୦୮ଟି ଅର୍ଦ୍ଧ-ଶତକ ସମେତ ୪୪.୭୪ ହାରରେ ୧୭୦୯୨ ରନ୍ ସଂଗ୍ରହ କରିଛନ୍ତି।
ସେହିପରି, ଏଯାବତ୍ ୧୨୮ଟି ମ୍ୟାଚ୍ ଖେଳିଥିବା ପନ୍ତ୍ ୧୫୯ ରନ୍ କରି ଅପରାଜିତ ରହିବା ସହିତ ୩୩.୭୮ ହାରରେ ୪୦୨୧ ରନ୍ ସଂଗ୍ରହ କରିଛନ୍ତି।
ଭାରତୀୟ ଟିମ୍ର ୱିକେଟ୍-କିପର୍ ହୋଇ ଥିଲେ ବି ୧୦୯ଟି ମ୍ୟାଚ୍ରେ ପନ୍ତ୍ ୬ଟି ଶତକ ଓ ୧୫ଟି ଅର୍ଦ୍ଧ-ଶତକକୁ ମିଶାଇ ୩୬୫୧ ରନ୍ ସଂଗ୍ରହ କରିଛନ୍ତି।
ଆଜିର ମ୍ୟାଚ୍ରେ ପନ୍ତ୍ ୪୫ଟି ବଲ୍ରେ ୨ଟି ଛକା ଓ ୬ଟି ଚୌକା ମାରି ୪୬ ରନ୍ ସଂଗ୍ରହ କରିଛନ୍ତି। ମ୍ୟାଚ୍ର ପ୍ରାରମ୍ଭରେ ଭାରତୀୟ ଖେଳାଳି ଶୁବମନ୍ ଗିଲ୍, କେ.ଏଲ୍. ରାହୁଲ୍ ଓ ବିରାଟ କୋହଲି ଅଳ୍ପ ସମୟ ବ୍ୟବଧାନରେ ଆଉଟ୍ ହୋଇଯିବା ପରେ ଚତୁର୍ଥ ୱିକେଟ୍ରେ ସେ ଚେତେଶ୍ବର ପୂଜାରାଙ୍କ ସହିତ ମିଶି ଭାରତ ପାଇଁ ୬୪ ରନ୍ କରାଇଥିଲେ।
ଶେଷରେ ମେହିଦୀ ହସନ୍ ମିର୍ଜାଙ୍କ ବଲ୍ ଖେଳିବାକୁ ଯାଇ ପନ୍ତ୍ ଆଉଟ୍ ହୋଇଯାଇଛନ୍ତି।