ଭିଡିଓ: ଧୋନିଙ୍କୁ ଚ୍ୟାଲେଞ୍ଜ କଲେ ଋଷଭ ପନ୍ତ, କହିଲେ- ମାହି ଭାଇ, ପ୍ରସ୍ତୁତ ରୁହ, ଖେଳ ଦେଖାଇବାକୁ ଆସୁଛି

ନୂଆଦିଲ୍ଲୀ: କ୍ରିକେଟର ଋଷଭ ପନ୍ତ ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ମାହି ଭାଇ, ପ୍ରସ୍ତୁତ ରୁହ, ଖେଳ ଦେଖାଇବାକୁ ଆସୁଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଟିମ୍‌ ଦିଲ୍ଲୀ କ୍ୟାପିଟାଲସ୍‌ ଜର୍ସି ଉନ୍ମୋଚନ ଅବସରରେ ପନ୍ତ ଏହା କହିଛନ୍ତି। ଦିଲ୍ଲୀ କ୍ୟାପିଟାଲସ୍‌ ଏକ ଭିଡିଓ ଜାରି କରି ଏହାକୁ ଟୁଇଟରରେ ପୋଷ୍ଟ କରିଛି।

ଟୁଇଟର୍‌ରେ ପୋଷ୍ଟ କରାଯାଇଥିବା ଭିଡିଓ ମାଧ୍ୟମରେ ଦିଲ୍ଲୀ ପ୍ରାୟୋଜକ ନୂଆ ଜର୍ସିକୁ ପ୍ରଶଂସକଙ୍କ ସମ୍ମୁଖରେ ରଖିଛି। ଭିଡିଓରେ ଦିଲ୍ଲୀର ଜର୍ସି ପରିଧାନ କରି ପନ୍ତ ଚେନ୍ନାଇ ସୁପର କିଙ୍ଗସ୍‌କୁ ଚ୍ୟାଲେଞ୍ଜ କରିଛନ୍ତି, ଯେଉଁଥିରେ ସେ କହୁଛନ୍ତି, ମାହି ଭାଇ, ପ୍ରସ୍ତୁତ ରୁହ, ଖେଳ ଦେଖାଇବାକୁ ଆସୁଛି।

ସୂଚନାଯୋଗ୍ୟ ଆଗାମୀ ମାର୍ଚ୍ଚ ୨୩ରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବ। ଏହି ସଂସ୍କରଣରେ ଦିଲ୍ଲୀ ନିଜର ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନସ୍‌କୁ ମାର୍ଚ୍ଚ ୨୪ରେ ଭେଟିବ।

ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଶନିବାର ଦିଲ୍ଲୀ ଟିମ୍‌ର ଜର୍ସି ଉନ୍ମୋଚନ ହୋଇ ଯାଇଛି। ଟିମ୍‌ର ଜର୍ସି ନାଲି ଓ ନୀଳ ରଂଗର କପଡ଼ାରୁ ପସ୍ତୁତ ହୋଇଛି। ଲାଲ ରଂଗ ଆକ୍ରାମକତା, ଶକ୍ତି ଓ ଦୃଢ଼ ସଂକଳ୍ପକୁ ଦର୍ଶାଉଥିବା ବେଳେ ନୀଳ ରଂଗ ଗଭୀର, ସ୍ଥିରତା, ଜ୍ଞାନ, ଆତ୍ମବିଶ୍ୱାସ ଓ ବିଶ୍ୱାସକୁ ପ୍ରଦର୍ଶିତ କରିଥାଏ।

ସମ୍ବନ୍ଧିତ ଖବର