ନୂଆଦିଲ୍ଲୀ: ରବିବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ ପାଇଁ ମେଗା ନିଲାମୀ ହୋଇଥିଲା। ସାଉଦୀ ଆରବରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆୟାଜକ ଟିମ୍ ମାନେ ନିଜ ପସନ୍ଦର ଖେଳାଳିମାନଙ୍କୁ କିଣିଥିଲେ। ଆଗାମୀ ଆଇପିଏଲ୍ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୭ କୋଟି ଟଙ୍କାରେ ଋଷଭ ପନ୍ତଙ୍କୁ କିଣିଥିଲା। ଏଥି ସହିତ ଋଷବ ପନ୍ତ ଆଇପିଏଲ୍ ଇତିହାସରେ ସବୁଠାରୁ ଦାମୀ ଖେଳାଳି ପାଲଟିଥିଲେ। ନିଲାମି ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଅଧିନାୟକ ତଥା ଷ୍ଟାର କ୍ରିକେଟର ଋଷବ ପନ୍ତଙ୍କୁ ଆଇପିଏଲ-୨୦୨୫ର 'ରିଟେନ ଲିଷ୍ଟ'ରୁ ହଟାଇ ଦେବା ପରେ କେଉଁ ଦଳ ତାଙ୍କୁ କିଣିବ, ଏପ୍ରଶ୍ନ ସମସ୍ତଙ୍କ ମନରେ ଥିଲା। ଟଙ୍କା ପାଇଁ ଋଷବ ଡିସି ଛାଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ପ୍ରକୃତ କାରଣ ଜଣାଇଛନ୍ତି ଡିସିର ସହ-ମାଲିକ ପାର୍ଥ ଜିନ୍ଦଲ।
ସେ କହିଛନ୍ତି ଯେ, "ନିଜ ହିସାବରେ ଫ୍ରାଞ୍ଚାଇଜ୍ ପରିଚାଳିତ କରିବା ପାଇଁ ଚାହୁଥିଲେ ପନ୍ତ। ସେ ଯେଉଁ ହିସାବରେ ଚାହୁଥିଲେ ସେଥିରେ ଆମେ ରାଜି ନଥିଲୁ। ଏହା ପରେ ସେ ନିଜେ ଦଳ ଛାଡ଼ି ଆଗକୁ ବଢ଼ିବାକୁ ଚାହିଥିଲେ। ଟଙ୍କା ସହିତ କୌଣସି ସମ୍ପର୍କ ନଥିଲା। ନା ପନ୍ତଙ୍କର ନା ଆମର, କାହାକୁ ବି ଟଙ୍କା ପାଇଁ ସମସ୍ୟା ହୋଇନଥିଲା। ଆମେ ତାଙ୍କୁ ଅଧିନାୟକତ୍ବ କରିବା ସମୟରେ କିଛିଟା ଜିନିଷ ପରିବର୍ତ୍ତନ କରିବାକୁ କହିଥିଲୁ, ଯାହା ଦ୍ବାରା ଦଳ ଭଲ ପ୍ରଦର୍ଶନ କରିବ। ହେଲେ ସେ ରାଜି ହୋଇନଥିଲେ ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/29/DwLAnamHHccCzgtuPOJ8.jpg)