ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ୱିକେଟ୍ କିପର୍ ବ୍ୟାଟର ଋଷଭ ପନ୍ଥ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ କ୍ରିକେଟ୍ ଦୁନିଆରୁ ଦୂରେଇ ଯାଇଛନ୍ତି। ସେ ଏବେ ଖେଳାଖେଳି ଛାଡ଼ି ବିଶ୍ରାମ ନେଉଛନ୍ତି। ଗତବର୍ଷ ଡିସେମ୍ବର ୩୦ ତାରିଖରେ ପନ୍ଥଙ୍କର ଦିଲ୍ଲୀରୁ ରୁଡ୍କି ଯିବା ବାଟରେ କାର୍ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ସମ୍ମୁଖୀନ ହୋଇ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଅନେକ ଅସ୍ତ୍ରୋପଚାର ବି ହୋଇଛି।
ତେବେ ପନ୍ଥଙ୍କ ପ୍ରେମିକା ଈଶା ନେଗିଙ୍କୁ ତ ଆପଣ ଜାଣନ୍ତି। ସେ ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ। ଈଶା ଇନ୍ଷ୍ଟାଗ୍ରାମ୍ରେ ନିଜର ଏକ ରିଲ୍ସ ସେୟାର୍ କରିଛନ୍ତି। ପ୍ରଶଂସକ ଈଶାଙ୍କ ଏହି ରିଲ୍ସ ଦେଖି ପନ୍ଥଙ୍କୁ ମନେ ପକାଇଛନ୍ତି।
ଜାଣେ ବ୍ୟବହରକାରୀ ହାତଯୋଡ଼ା ଇମୋଜି ସହ ଲେଖିଛନ୍ତି, ‘ଭାବିଜୀ, ଭାଇଙ୍କୁ ଜଲ୍ଦି ପଠାଇ ଦିଅ। ଟିମ୍ ତାଙ୍କର ଅପେକ୍ଷା କରିଛି’। ସୂଚନା ରହିଛି ଯେ ଚଳିତବର୍ଷ ସେପ୍ଟେମ୍ବରରେ ଏସିଆ କପ୍ ଏବଂ ଅକ୍ଟୋବର-ନଭେମ୍ବରରେ ଏକ ଦିନିକିଆ ବିଶ୍ବ କପ୍ ଅନୁଷ୍ଠିତ ହେବ।
ଋଷଭ ପନ୍ଥଙ୍କର ଏସିଆ କପ୍ ଖେଳିବାର ସୁଯୋଗ ନଥିଲେ ବି ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ବେଳକୁ ସେ ଠିକ୍ ହୋଇ ଯାଇଥିବେ ବୋଲି ଆଶା କରାଯାଉଛି।
ପନ୍ଥ ଏବଂ ଈଶା ଅନେକ ଦିନ ହେବ ପରସ୍ପରଙ୍କୁ ଡେଟ୍ କରୁଛନ୍ତି। ଏହା ପୂର୍ବରୁ ଈଶା ପନ୍ଥଙ୍କ ସହ ତାଙ୍କର ଏକ ଯୁଗଳ ଫଟୋ ବି ସେୟାର୍ କରିଥିଲେ।