ରିଷଭ ପନ୍ତ ଅଫ୍‌ ସାଇଡ୍‌ ଖେଳରେ ଢେର ଉନ୍ନତି ଆଣିଛନ୍ତି: ଲାରା

ମୁମ୍ବାଇ : ରିଷଭ ପନ୍ତଙ୍କ ଅଫ୍‌ ସାଇଡ୍‌ ଖେଳରେ େଵଷ୍ଟଇଣ୍ତିଜ୍‌ର କଂବଦନ୍ତି କ୍ରିକେଟର ବ୍ରାଏନ ଲାରା ପ୍ରଭାବିତ ହୋଇଛନ୍ତି। ଏହି ଦକ୍ଷତା ଯୋଗୁଁ ଆଗାମୀ ଦିନରେ ତାଙ୍କ ବ୍ୟାଟି˚କୁ ଏକ ନୂଆ ଦିଶା ମିଳିବ ବୋଲି ଲାରା ଆଶାବ୍ୟକ୍ତ କରିଛନ୍ତି। ଚଳିତ ଆଇପିଏଲ୍‌ରେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିଲା ବେଳେ ୫ ମ୍ୟାଚ୍‌ରୁ ୧୭୭ ରନ୍‌ ସ˚ଗ୍ରହ କରିସାରିଲେଣି। ତେଣୁ ସେ ଦିଲ୍ଲୀର ବଡ଼ ସମ୍ବଳ। ଏବେ ସେ ତାଙ୍କ ଖେଳରେ ବହୁତ ଉନ୍ନତି ଆଣିଥିବା ଲାରା କହିଛନ୍ତି।

ଲାରାଙ୍କ ମତରେ, ପନ୍ତ କେବଳ ଅନ୍‌ ସାଇଡ୍‌ରେ ଖେଳୁଥିଲେ, ଯାହାକୁ ସେ ଏବେ ବଦଳାଇଛନ୍ତି। ଯେତେବେଳେ ପନ୍ତ ପ୍ରଥମ ଥର ଆନ୍ତର୍ଜାତିକ ଦୃଶ୍ୟପଟ୍ଟକୁ ଆସିଥିଲେ, ସେତେବେଳେ ସେ କେବଳ ଲେଗ୍‌ ସାଇଡ୍‌ରେ ଖେଳୁଥିଲେ। ତାଙ୍କର ରନ୍‌ ସ˚ଗ୍ରହ କରିବା ଚାର୍ଟକୁ ଲକ୍ଷ୍ୟ କଲେ ସେଥିରେ ମଧ୍ୟ ସେ ଅଧିକା˚ଶ ରନ୍‌ ଲେଗ୍‌ ସାଇଡ୍‌ରୁ ସ˚ଗ୍ରହ କରୁଥିବା ଦେଖିବାକୁ ମିଳିବ। ତେଣୁ ଏହି ଶୈଳୀ ସବୁବେଳେ କାମ ଦେଉନଥିବା ପନ୍ତ ଅନୁଭବ କରିଛନ୍ତି ଏବ˚ ଅଫ୍‌ ସାଇଡ୍‌ ଖେଳ ଉପରେ ସେ କାମ କରିଥିବାରୁ ଲାରା ଖୁସି ବ୍ୟକ୍ତ କରିଛନ୍ତି। ଏବେ ପନ୍ତ ପଡ଼ିଆର ସବୁ ଦିଗରୁ ରନ୍‌ ବାହାର କରିପାରୁଛନ୍ତି। ଯାହାକି ପ୍ରତିପକ୍ଷ ବୋଲରଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି। ତେଣୁ ଏହି ଯୁବ ବ୍ୟାଟ୍ସମ୍ୟାନଙ୍କ ଭବିଷ୍ୟତ ବହୁତ ଉଜ୍ଜ୍ବଳ ବୋଲି ଲାରା କହିଛନ୍ତି।

ସମ୍ବନ୍ଧିତ ଖବର